14 Mar 2026, Sat

ଭୁଲ୍‌ ତଥ୍ୟ ପାଇଁ ଦାୟୀ ରହିବେ ଗଣମାଧ୍ୟମ ସଂପାଦକ, ମାଲିକ

ନୂଆଦିଲ୍ଲୀ : ମିଛ ଖବର ବା ଫେକ୍ ନ୍ୟୁଜ୍ ପରିବେଷଣ ଗଣତନ୍ତ୍ର ଓ ଆଇନ୍‌‌ ବ୍ୟବସ୍ଥା ପ୍ରତି ବିପଦ। ଏହାକୁ ରୋକିବା ଲାଗି ଠୋସ ଓ କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଗଣମାଧ୍ୟମ ସଂସ୍ଥା ଏଥିପାଇଁ ଫ୍ୟାକ୍ଟ ଚେକିଂ ବ୍ୟବସ୍ଥା କରନ୍ତୁ। ମିଛ ବା ଫେକ୍ ଖବର ପରିବେଷଣ କରୁଥିବା ଗଣମାଧ୍ୟମ ସଂସ୍ଥା ପାଇଁ ଦଣ୍ଡ ବ୍ୟବସ୍ଥା ମଧ୍ୟ ହେଉ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଂକ୍ରାନ୍ତ ସଂସଦୀୟ କମିଟି ସରକାରଙ୍କୁ ଏଭଳି ସୁପାରିସ କରିଛି। କମିଟି ଏହାର ରିପୋର୍ଟ ଲୋକସଭା ବାଚସ୍ପତିଙ୍କୁ ଦେଇଛି ଏବଂ ସଂସଦର ଆଗାମୀ ଅଧିବେଶନରେ ଏସଂପର୍କରେ ସରକାର ବିଲ ଆଗତ କରିପାରନ୍ତି ବୋଲି ଖବର ମିଳିଛି।

କମିଟିର ଅଧ୍ୟକ୍ଷ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସୁପାରିସ କମିଟି ବୈଠକରେ ସର୍ବସମ୍ମତକ୍ରମେ ଗୃହୀତ ହୋଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇ ସେ ଏକ ମିଥ୍ୟା ଖବରର କ୍ଲିପ୍ ମଧ୍ୟ ଲଗାଇଛନ୍ତି, ଯେଉଁଥିରେ ମିଥ୍ୟା ଖବର ଜରିଆରେ ସରକାରୀ ଦଳକୁ ଟା॥େର୍ଗଟ କରାଯାଇଛି। ଏହାର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହା ଏକ ଗୁରୁତର ପ୍ରସଙ୍ଗ ହୋଇଥିବାରୁ ଏହାକୁ ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ରହିଛି। ଦୁବେ ‘ଏକ୍ସ’ରେ କହିଛନ୍ତି ଆହୁରି ଯେ ଭାରତକୁ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଓ ଥାଇଲାଣ୍ଡରେ ପରିଣତ ହେବାକୁ ଦିଆଯିବ ନାହିଁ। ଲୋକମାନଙ୍କୁ ବିଭ୍ରାନ୍ତ କରିବା ଲାଗି ଯେଉଁମାନେ ରାଷ୍ଟ୍ର-ବିରୋଧୀ ଏଜେଣ୍ଡା ଚଳାଇଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାୁଷ୍ଠାନ ଗ୍ରହଣ କରାଯିବ। ଖବର ସତ୍ୟ ଉପରେ ଆଧାରିତ ହେବା ଜରୁରୀ।

Leave a Reply

Your email address will not be published. Required fields are marked *