10 Mar 2026, Tue

ହାତୀ ଆକ୍ରମଣରେ ଚାଷୀ ମୃତ

ରାଉରକେଲା କାର୍ଯ୍ୟାଳୟ : ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅଧୀନସ୍ଥ ଠେଠେଇପୋଷ ପଞ୍ଚାୟତର ସୁକୁଡ଼ା ଗାଁରେ ଆଜି ସକାଳ ପ୍ରାୟ ପାଞ୍ଚଟା ବେଳେ ହାତୀର ଆକ୍ରମଣରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଆନନ୍ଦ ପ୍ରକାଶ ଖଡ଼ିଆ (୫୬) ବୋଲି ଜଣା ପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆନନ୍ଦ ପ୍ରକାଶ ଖଡ଼ିଆ ଆଜି ସକାଳେ ଗାଁର ପଡ଼ିଆ ଠାରେ ଶୌଚ କରିବା ପାଇଁ ଯାଇଥିଲେ। ମାତ୍ର ସେହି ସମୟରେ ଛଅଟି ଜଙ୍ଗଲି ହାତୀ ସେଠି ଉପସ୍ଥିତ ଥିଲେ ଏବଂ ହଠାତ୍ ଆନନ୍ଦ ପ୍ରକାଶଙ୍କୁ ଘେରି ଆକ୍ରମଣ କରିଥିଲେ। ଜଣେ ହାତୀ ଆନନ୍ଦକୁ ଗୋଡ଼ରେ ଚିପି ଦେଇ ଗୁରୁତର ଆହତ କରିଥିଲା। ଆନନ୍ଦଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଦୌଡ଼ି ଆସି ହାତୀମାନଙ୍କୁ ଘୋଡେ଼ଇ ଥିଲେ, ମାତ୍ର ଆନନ୍ଦ ପ୍ରକାଶ ଗୁରୁତର ଅବସ୍ଥାରେ ପଡ଼ି ରହି ଥିଲେ। ସକାଳ ପ୍ରାୟ ୬.୩୦ ବେଳେ ଆମ୍ବୁଲାନ୍ସ ଗାଁକୁ ପହଞ୍ଚିଥିଲା, କିନ୍ତୁ ଗ୍ରାମବାସୀମାନେ ତାଙ୍କୁ ଆମ୍ବୁଲାନ୍ସରେ ଚଢ଼ାଇବା ପୂର୍ବରୁ ଆନନ୍ଦ ପ୍ରକାଶଙ୍କ ମୃତ୍ୟୁ ହୋଇଯାଇଥିଲା।

ଆନନ୍ଦ ପ୍ରକାଶ ଖଡ଼ିଆ ଆଜି ସକାଳେ ଗାଁର ପଡ଼ିଆ ଠାରେ ଶୌଚ କରିବା ପାଇଁ ଯାଇଥିଲେ। ମାତ୍ର ସେହି ସମୟରେ ଛଅଟି ଜଙ୍ଗଲି ହାତୀ ସେଠି ଉପସ୍ଥିତ ଥିଲେ ଏବଂ ହଠାତ୍ ଆନନ୍ଦ ପ୍ରକାଶଙ୍କୁ ଘେରି ଆକ୍ରମଣ କରିଥିଲେ। ଜଣେ ହାତୀ ଆନନ୍ଦକୁ ଗୋଡ଼ରେ ଚିପି ଦେଇ ଗୁରୁତର ଆହତ କରିଥିଲା। ଆନନ୍ଦଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଦୌଡ଼ି ଆସି ହାତୀମାନଙ୍କୁ ଘୋଡେ଼ଇ ଥିଲେ, ମାତ୍ର ଆନନ୍ଦ ପ୍ରକାଶ ଗୁରୁତର ଅବସ୍ଥାରେ ପଡ଼ି ରହି ଥିଲେ। ସକାଳ ପ୍ରାୟ ୬.୩୦ ବେଳେ ଆମ୍ବୁଲାନ୍ସ ଗାଁକୁ ପହଞ୍ଚିଥିଲା, କିନ୍ତୁ ଗ୍ରାମବାସୀମାନେ ତାଙ୍କୁ ଆମ୍ବୁଲାନ୍ସରେ ଚଢ଼ାଇବା ପୂର୍ବରୁ ଆନନ୍ଦ ପ୍ରକାଶଙ୍କ ମୃତ୍ୟୁ ହୋଇଯାଇଥିଲା।

ସୂଚନା ପାଇ ବିଶ୍ରା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦୁଃଖଦ ଘଟଣା ପରେ ଗ୍ରାମବାସୀମାନେ ବନ ବିଭାଗ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ପ୍ରାୟ ସମୟରେ ହାତୀ ଗାଁକୁ ପ୍ରବେଶ କରି ଲୋକମାନଙ୍କ ଜୀବନ ଏବଂ ସମ୍ପତ୍ତିକୁ ହାନି କରୁଛନ୍ତି, କିନ୍ତୁ ବନ ବିଭାଗ ତରଫରୁ ଉଚିତ ସୁରକ୍ଷା ବ୍ୟବସ୍ଥା ଯୋଗେଇ ଦିଆଯାଉ ନାହିଁ। ଗ୍ରାମବାସୀମାନେ କହିଛନ୍ତି ଯେ ବର୍ତ୍ତମାନ ଧାନ ଫସଲ ପାଚି ଯାଇଥିବା ସମୟରେ ହାତୀମାନଙ୍କ ଉପଦ୍ରବ ଆହୁରି ଅଧିକ ବଢ଼ିବ। ସେଥିପାଇଁ ବନ ବିଭାଗ ତରଫରୁ ତତ୍କାଳ ସୁରକ୍ଷା ବ୍ୟବସ୍ଥା ଦେବା ଓ ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ସେମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *