3 Mar 2026, Tue

ବଡ଼ବିଲରେ ପୁଲିସ ଏନକାଉଣ୍ଟର, ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ ଧରଣର ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଗୁରୁତର

କେନ୍ଦୁଝର : ଗତ କିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ ଧରଣର ଡକାୟତି ହୋଇଥିଲା। ଯାହା କେସ ନମ୍ବର ୨୯/୨୬ ଥିଲା। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଖସିଯାଇଥିଲା।

ସିପୁ ଘର ବିହାରର ପାଟଣା ଜିଲ୍ଲା ପିପରା ଗାଁରେ। ମୋଷ୍ଟ ୱାଣ୍ଟେଡ ଆନ୍ତଃରାଜ୍ୟ ଏହି ସିପୁ ନାମରେ ରହିଛି ଅନେକ ମାମଲା। ବହୁ ହତ୍ୟା , ବେଆଇନ ଅସ୍ତ୍ରଶସ୍ତ୍ର, ଡକାୟତି , ଚୋରି ଓ ଜୋର ଜବରଦସ୍ତ ଟଙ୍କା ଆଦାୟ ଭଳି ସଙ୍ଗିନ ମାମଲା ଓଡ଼ିଶା, ବିହାର ଓ ଝାରଖଣ୍ଡରେ ରହିଛି । ତାକୁ ଗତ ଏକ ସପ୍ତାହରୁ ଅଧିକ ଦିନ ହେବ ପୁଲିସ ଖୋଜି ଖୋଜି ନାକେଦମ ହୋଇ ପଡ଼ିଥିବା ବେଳେ ଓଡ଼ିଶା ଝାରଖଣ୍ଡ ସୀମା ସ୍ଥିତ ଟାଙ୍କୁରା ଜଙ୍ଗଲରେ ସିପୁ ଥିବା ଖବର ପାଇ ରାତିରେ ଜଙ୍ଗଲରେ ଅପରସନ ଆରମ୍ଭ କରିଥିଲା ବଡବିଲ ପୁଲିସ । ଯେଉଁଥିରେ ସିପୁ ଖସିଯିବା ପାଇଁ ପୁଲିସ ଉପରକୁ ଗୁଳି ଚଳାଇଥିଲା।

Leave a Reply

Your email address will not be published. Required fields are marked *