25 May 2026, Mon

ମନ୍ଦିର ଯାଉଥିବାବେ​ଳେ ମାଡିଗଲା ଟ୍ରକ୍ , ୭ ମୃତ

Aadyasha News Desk  : ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାସ୍କରପାରା ନିକଟରେ ଟ୍ରକ୍ ଧକ୍କାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଲକ୍ତାର-ଭିରାମଗାମ୍ ରାଜପଥରେ ଘଟିଛି। ପୁଲିସ୍‌ ର କହିବାନୁଯାୟୀ ଗତକାଲି କିଛି ଯାତ୍ରୀ ରାଜକୋଟରୁ ବହୁଚରାଜିକୁ ଏକ ମନ୍ଦିରରେ ପ୍ରାର୍ଥନା କରିବା ଲାଗି ଯାଉଥିଲେ। ଏତିକିବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ଉପରେ ଚଢିଯାଇଥିଲା। ଫଳରେ ଦୁର୍ଘଟଣାରେ ୬ ଜଣ ତୀର୍ଥଯାତ୍ରୀ ଏବଂ ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ଡମ୍ପର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡିନାହିଁ। ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଜଣକ ଫେରାର୍ ହୋଇଯାଇଥିବାବେଳେ ପୁଲିସ୍‌ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।

Leave a Reply

Your email address will not be published. Required fields are marked *