କାଙ୍କେର : ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ସୁରକ୍ଷାବାହିନୀର ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ନିହତ ନକ୍ସଲଙ୍କୁ ମାଓ ଏରିଆ କମାଣ୍ଡର ରୂପି ଭାବରେ ଚିହ୍ନଟ କରାଯାଇଛି, ଯାହାଙ୍କ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ଏବଂ ସେ ପ୍ରତାପପୁର ଏରିଆ କମିଟିର ସଦସ୍ୟ ଥିଲେ।


