20 Mar 2026, Fri

ଭେଣ୍ଟିଲେଟରରେ ବାଲେଶ୍ଵର ପୀଡ଼ିତା

ଭୁବନେଶ୍ଵର: ନ୍ୟାୟ ନ ପାଇଁ ଆତ୍ମାହୁତି ଉଦ୍ୟମ କରିଥିବା ବାଲେଶ୍ଵର ଏଫଏମ କଲେଜର ଛାତ୍ରୀ ଏବେ ଭୁବନେଶ୍ଵର ଏମ୍‌ସରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୀଡ଼ିତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି। ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଥିବାବେଳେ ଆଗାମୀ ୨୪ରୁ ୪୮ ଘଣ୍ଟା ଅତି ଗୁରୁତ୍ଵପୂର୍ଣ୍ଣ :: ବୋଲି କହିଛନ୍ତି। ବର୍ତ୍ତମାନ ସୁଦ୍ଧା ପୀଡ଼ିତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ।

ଅନ୍ୟପଟେ ଏମ୍‌ସ ନିର୍ଦେଶକ ଆଶୁତୋଷ ବିଶ୍ଵାସ ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୀଡ଼ିତାଙ୍କ ଫୁସଫୁସ ଏବଂ କିଡନୀ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *