11 Mar 2026, Wed

ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ: ଜଣେ ଅଟକ, ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନାକଟିଦେଉଳ :  ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ରେ ବିଦ୍ୟୁତ ଆଘାତ ରେ ପୁଣି ଏକ ମାଈ ହାତୀର ମୃତ୍ୟୁ ଘଟିଛି ।  ଶନିବାର ବିଳମ୍ବିତ ରାତିରେ ନାକଟିଦେଉଳ ବନାଞ୍ଚଳ ସରାପାଲି ଫରେଷ୍ଟ ବିଟ ଅନ୍ତର୍ଗତ ଟିକିଲିପଡ଼ା ଗାଁରେ ବିଦ୍ୟୁତ ଆଘାତ ରେ ଏହି ମାଈ ହାତୀର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ଗତ ରାତିରେ ଟିକିଲିପଡ଼ା ଗାଁକୁ ଏକ ୯ ଟିକିଆ ହାତୀ ପଲ ଆସିଥିଲେ । ବନ କର୍ମଚାରୀ ମାନେ ସେମାନଙ୍କୁ ଘଉଡ଼ାଇବାରୁ ହାତୀ ପଲ ଜଙ୍ଗଲ ଆଡକୁ ପଳାଇଥିଲେ। ଏତିକିବେଳେ ଖସଡ଼ା ଜଙ୍ଗଲ ନିକଟ ରେ ଥିବା ଧାନ କ୍ଷେତରେ ହାତୀ ଉପଦ୍ରଵ ରୁ ଧାନ ଗଛ ବଞ୍ଚାଇବାକୁ ଦିଆ ଯାଇଥିବା ବିଦ୍ୟୁତ ତାରରେ ଲାଗି  ହାତୀର ମୃତ୍ୟୁ ଘଟିଥିଲା । ହାତୀ ଟିର ଆନୁମାନିକ ବୟସ ୬ ବର୍ଷ ହେବ ବୋଲି ଜଣା ପଡିଛି । ଏହି ଘଟଣାରେ ବିଦ୍ୟୁତ ତାର ଲଗାଇ ଥିବା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଅଟକ ରଖି ତଦନ୍ତ ଚଳାଇଛି । ସେପଟେ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *