14 Aug 2026, Fri

ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଆଜି ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀ ଓ ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଟିମ ଓଡିଶା ବିଭିନ୍ନ ନିବେଶକାରୀଙ୍କ ସହ ଆଲୋଚନା କରିବେ । ଓଡ଼ିଶାରେ ଥିବା ଶିଳ୍ପାୟନର ସୁଯୋଗ ଫାଇଦା ନେବାକୁ ବିଭିନ୍ନ କମ୍ପାନୀକୁ ଆମନ୍ତ୍ରଣ କରିବେ।

ଏଥର ଫୋକସରେ ରହିବ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ମେଟାଲ ଡାଉନଷ୍ଟ୍ରିମ ଶିଳ୍ପ । ଆଇଓସିଏଲ, ନାଲ୍‌କେ ଭଳି କମ୍ପାନୀ କିଭଳି ରାଜ୍ୟରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଜରିଆରେ ଉତ୍ପାଦ ବଢାଇବେ, ସେ ନେଇ ରାଉଣ୍ଡଟେବଲ ବୈଠକ ବସିବ । ଦିଲ୍ଲୀ ସମେତ ଗୁରୁଗାଓଁରେ ମୁଖ୍ୟମନ୍ତ୍ରୀ ରୋଡ ସୋ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଏବଂ ଶିଳ୍ପ ସଚିବ ମଧ୍ୟ ଯିବେ।

Leave a Reply

Your email address will not be published. Required fields are marked *