12 Mar 2026, Thu

୨୦ ହଜାର ଲାଞ୍ଚ ନେଉଥିବାବେଳେ ଟିପିସିଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର : ଜଣେ ବୈଦ୍ୟୁତିକ ଠିକାଦାରଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଭୁବନେଶ୍ୱରର ଟିପିସିଓଡିଏଲର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଗୁଣବତ୍ତା) ତୁଷାରକାନ୍ତ ରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।

ଭିଜିଲାନ୍ସ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଠିକାଦାର ତାଙ୍କ କାମ ପାଇଁ ଦେୟ ପାଇବା ପାଇଁ ଯାଇଥିଲେ। ତେ‌ବେ ଅଭିଯୁକ୍ତ ନିର୍ବାହୀ ଯନ୍ତ୍ରୀ ବାରମ୍ବାର ଲାଞ୍ଚ ଦାବି କରିବା ପରେ ଠିକାଦାର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ।

ଯୋଜନା ଅନୁସାରେ ଭିଜିଲାନ୍ସ ଦଳ ଦ୍ୱାରା ଜାଲ ବିଛାଯାଇଥିଲା ଅଭିଯୁକ୍ତ ତାଙ୍କ ବାସଭବନ ନିକଟସ୍ଥ ଏକ ପାର୍କରେ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ମାଡ଼ି ବସିଥିଲା। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।

Leave a Reply

Your email address will not be published. Required fields are marked *