8 Dec 2025, Mon

ଭାରସାମ୍ୟ ହରାଇ ଗଛକୁ ପିଟିଲା ଟିପ୍ପର, ୨ ମୃତ, ଜଣେ ଗୁରୁତର

ଗୁଣପୁର,  : ଭାରସାମ୍ୟ ହରାଇ ଗଛକୁ ପିଟିଲା ଟିପ୍ପର। ୨ ମୃତ, ଜଣେ ଗୁରୁତର। ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଭାଲେରୀ କୁଡ଼ିଆ ଗ୍ରାମ ମୁଖ୍ୟ ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ରାମାନଗୁଡ଼ା ବ୍ଲକ ଅର୍ଜୁନଗୁଡ଼ା ଗ୍ରାମର ଅଲିକ୍ଷ ପାତିକା ଓ ଅଜୟ ପାଲକା ବୋଲି ଜଣାପଡ଼ିଛି।

​​​​​​​

ସୂଚନାନୁଯାୟୀ, ଗୁରୁବାର ପାହାନ୍ତା ସମୟରେ ଏକ ଟିପ୍ପର ଗୁଣପୁରରେ ବାଲି ଅନଲୋଡ କରି ଫେରିବା ସମୟରେ ଭାଲେରୀ କୁଡ଼ିଆ ଗ୍ରାମ ମୁଖ୍ୟ ରାସ୍ତାରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗାଡି ଭିତରେ ଥିବା ୩ ଜଣଙ୍କୁ ଉଦ୍ଧାର କରି ଆମ୍ଵୁଲାନ୍ସ ଯୋଗେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସନ୍ଦୀପ ସ୍ଵାଇଁ କହିଛନ୍ତି। ମୃତକ ଦୁଇ ଜଣ ରାମାନଗୁଡ଼ା ବ୍ଲକ ଅର୍ଜୁନଗୁଡ଼ା ଗ୍ରାମର ଅଲିକ୍ଷ ପାତିକା ଓ ଅଜୟ ପାଲକା ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *