ରେଢ଼ାଖୋଲ : ରେଢ଼ାଖୋଲ ରୁ ସମ୍ବଲପୁର କୁ ସରକାରୀ ବସ ସେବା ଯୋଗାଇବା ଦାବୀକୁ ନେଇ ରେଢ଼ାଖୋଲ ପ୍ରେସ କ୍ଲବ ତରଫରୁ ରେଢ଼ାଖୋଲ ଉପଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି l

ରେଢ଼ାଖୋଲ ଉପଖଣ୍ଡର ଜନସାଧାରଣ ଶିକ୍ଷା, ବ୍ୟବସାୟ, ସ୍ୱାସ୍ଥ୍ୟ ସେବା ପାଇଁ ସମ୍ବଲପୁର, ବୁର୍ଲା, କଟକ, ଭୁବନେଶ୍ୱର, ବ୍ରହ୍ମପୁର ପ୍ରତ୍ୟେକ ଦିନ ଯିବା ଆସିବା କରିଥାନ୍ତି l ଯାତ୍ରୀ ଙ୍କ ସୁବିଧା ପାଇଁ ରେଢ଼ାଖୋଲ ସହରରେ ଏକ ସରକାରୀ ବସ ର ଅଗ୍ରିମ ଟିକେଟ ବୁକିଙ୍ଗ କାଉଣ୍ଟର, ରେଢ଼ାଖୋଲ ଠାରୁ ସମ୍ବଲପୁର ସହରକୁ ସକାଳୁ ଏକ ନୂତନ ଭାବରେ ସରକାରୀ ବସ ଚଳାଚଳ ସେବା ଯୋଗାଇ ଦେବା, ସମ୍ବଲପୁର ଠାରୁ କଟକ କୁ ଯାଉଥିବା ବସ କୁ ଭୁବନେଶ୍ୱର କୁ ସମ୍ପ୍ରସାରଣ କରିବା, ଫୁଲବାଣୀ ରୁ ସମ୍ବଲପୁର କୁ ଚଳା ଚଳ ଦୁଇଟି ବସ ବୁର୍ଲା ମେଡିକାଲ ଦେଇ ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ଆଦି ଦାବୀକୁ ନେଇ ପ୍ରେସ କ୍ଳବ ର ସଦସ୍ୟ ମାନେ ରେଢ଼ାଖୋଲ ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି l ଏଥିସହଁ ଜିଲ୍ଲାପାଳ, ସମ୍ବଲପୁର, ମୁଖ୍ୟ ପ୍ରବନ୍ଧକ, ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ,ବାଣିଜ୍ୟ ଓ ପରିବହନ ସଚିବ, ଓଡିଶା ସରକାର,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ଓଡିଶା ସରକାରଙ୍କୁ ମଧ୍ୟ ଲିଖିତା କାରରେ ଜଣାଇଛନ୍ତି l ପ୍ରେସ କ୍ଳବ ର ସଭାପତି ଶଙ୍କର ପୃଷ୍ଟି, ଉପଦେଷ୍ଟା ଜୟନ୍ତ ଖଡ଼ିରତ୍ନ, ସମ୍ପାଦକ ତପନ ବିଶ୍ୱାଳ, ସହସମ୍ପାଦକ କନ୍ଦର୍ପ ବେହେରା, ମଦନ ବେହେରା, ପ୍ରସନ୍ନ ପ୍ରଧାନ, ଗଜାନନ ଭେସରା, ସୁଧୀର କୁମାର ସୁନା, ସରୋଜ କୁମାର ସାହୁ, ସୁଶାନ୍ତ ନାଗ, ଯଶୋବନ୍ତ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

