9 Feb 2026, Mon

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ବିମାନଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ଦେହାନ୍ତ

Aaadyasha News Desk : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ । ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା । ମହାରାଷ୍ଟ୍ର ବାରାମତି ଯିବା ବେଳେ ଘଟିଛି ବିମାନ ଦୁର୍ଘଟଣା ।


ସୂଚନାନୁଯାୟୀ ବୁଧବାର ସକାଳେ ଏନସିପି ନେତା ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇ ଯାଉଥିବା ଏକ ବିମାନ ମହାରାଷ୍ଟ୍ରର ବାରାମତିରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଦୁର୍ଘଟଣାରେ ଅଜିତ ପାୱାର ଦେହାନ୍ତ ହୋଇଛି। ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବିମାନରେ ଥିବା ୬ଜଣଙ୍କର ମୃତ୍ୟୁ ହୋଇଥିବା ଡିଜିସିଏ ସ୍ପଷ୍ଟ କରିଛି।

ବାରାମତୀ ବିମାନବନ୍ଦର ନିକଟରେ ଦୁର୍ଘଟଣା ଘଟିଥିବା ସମୟରେ ଅଜିତ ପାୱାରଙ୍କ ସୁରକ୍ଷାକର୍ମୀମାନେ ମଧ୍ୟ ବିମାନରେ ଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ମିଳିଥିବା ଦୃଶ୍ୟଗୁଡ଼ିକରୁ ଜଣାପଡ଼ୁଛି ଯେ ବିମାନର ଭଗ୍ନାବଶେଷ ସମଗ୍ର ଅଞ୍ଚଳରେ ବିସ୍ତାରିତ ହୋଇଛି, ସେଥିରୁ ନିଆଁ ଏବଂ ଧୂଆଁ ବାହାରୁଛି ।

Leave a Reply

Your email address will not be published. Required fields are marked *