3 Mar 2026, Tue

ବାନ୍ଧି ରଖିଲା ହାସ୍ୟ ଅଭିନେତା ଯୋଗେଶ ଯୋଯୋ ଙ୍କ ହାସ୍ୟ ଅଭିନୟ/ ରୁକୁ ସୁନା ଙ୍କ ଗୀତ ରେ ଝୁମିଲେ ଦର୍ଶକ, ରଣପା ନୃତ୍ୟ ଓ ପରଭା ନୃତ୍ୟ ମନ ମୋହିନେଲା

                                  ଭୀମଭୋଇ ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ୟା

 

ରେଢାଖୋଲି -: ପ୍ରଥମ ଥର ପାଇଁ ଆୟୋଜିତ ଭୀମ ଭୋଇ ଲୋକ ମହୋତ୍ସବ ପାଇଁ ରେଢାଖୋଇ ହୋଇ ଉଠିଛି ଉତ୍ସବମୁଖର | ସଞ୍ଜ ହେଲେ ଲୋକାରଣ୍ୟ ହୋଇ ଯାଉଛି କଦମ୍ବ ପଡିଆ | ଢୋଲ ନିଶାଣ ଓ ପାରମ୍ପରିକ ଲୋକନୃତ୍ୟ ଲୋକଗୀତ ରେ ଦୁଲୁକୁଛି ଭୀମ ଭୋଇ କଳାମଣ୍ଡପ |

ଆଜି ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ୟା ରେ ଯଥା ବିଧା ମଞ୍ଚ ପୂଜା ଓ ଅତିଥ୍‌ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ଆଜିର କାର୍ଯକ୍ରମ ଆରମ୍ଭ ହୋଇଥିଲା | ଏହି ଅବସର ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତା ଜରିଆ ରେ ସମସ୍ତଙ୍କୁ ଶୁଭେଚ୍ଛା ଜଣେଇବା ସହିତ କହିଥିଲେ ଯେ ଏ ମହୋତ୍ସବ କେବଳ ଲୋକକଳା ଲୋକସଂସ୍କୃତି ର ମହୋତ୍ସବ ନୁହେଁ ଆମ ଅସ୍ମିତା ର ମହୋତ୍ସବ | ଓଡ଼ିଶା ସରକାର ଙ୍କ ମଧ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅତିଥି ଭାବରେ ଯୋଗ ଦେଇ ରେଢାଖୋଲ କୁ କଳା ଓ ସଂସ୍କୃତି ର ମାଟି ବୋଲି ବର୍ଣନା କରିଥିଲେ | ଏହା ସହିତ ବିକଶିତ ଭାରତ ପାଇଁ ଉଭୟ ସର୍ବୋଦୟ ଓ ଅନ୍ତୋରଦୟ ର ଆବଶ୍ୟକ‌ତା ଉପରେ ଗୁରୁତ୍ୱାରୋପ କରିବା ସହ ବଞ୍ଚିତ ଓ ଅବହେଳିତ ମାନଙ୍କୁ ମୁଖ୍ୟସ୍ରୋତ ରେ ସାମିଲ କରିବା ଆବଶ୍ୟକ ଅଛି ବୋଲି କହିଥିଲେ | ସ୍ଥାନୀୟ ବିଧାୟକ ପ୍ରସନ୍ନ ଆଚାର୍ଯ ଭୀମ ଭୋଇ ଙ୍କ ବାଣୀ ସମଗ୍ର ମାନବ ଜାତି କୁ ପ୍ରେରଣା ଦେଉଛି ବୋଲି କହିଥିଲେ | ଆଜିର ମଞ୍ଚ ରେ ଅତିଥି ମାନଙ୍କ ସହ ଲୋକ ମହୋତ୍ସବ ସମିତି ର ଅଧ୍ଯକ୍ଷ ରଶ୍ମୀ ରଞ୍ଜନ ମହର, ରେଢାଖୋଲ ପଂଚାୟତ ସମିତି ଅଧ୍ଯକ୍ଷ ପ୍ରଦୀପ ପ୍ରଧାନ, ନାକଟିଦେଉଳ ପଂଚାୟତ ସମିତି ଅଧ୍ଯକ୍ଷ ସ୍ଵରୂପ ରାଣୀ ସାହୁ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ଯକ୍ଷ ଶିବରାମ ସାହୁ ମଞ୍ଚାସିନ ଥିଲେ | ଏହି ଅବସର ରେ ଉଭୟ ପ୍ରିଣ୍ଟ ମିଡ଼ିଆ ଓ ଇଲେକଟ୍ରନିକ୍ସ ମିଡ଼ିଆ ର ସମସ୍ତ ସାମ୍ବାଦିକ ମାନଙ୍କ ସହ ନାକଟିଦେଉଳ ବ୍ଲକ ର ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା  ଏଇ ମଞ୍ଚ ରେ |

ଆଜିର ସାଂସ୍କୃତିକ କାର୍ଯକ୍ରମରେ ଫୁଲବାଣୀ ର ନଟରାଜ କଳାମନ୍ଦିର ଦ୍ଵାରା ପରିବେଷିତ ଓଡିଶୀ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା | ସୋନପୁର ସୁଆଙ୍ଗ ଅନୁଷ୍ଠାନ ଦ୍ଵାରା ପରଭା ନୃତ୍ୟ ଏବଂ ଗଞ୍ଜାମ ର ରଣପା ନୃତ୍ୟ, ମୟୂରଭଞ୍ଜ ର ତି ପଲ୍ଲବୀ ଙ୍କ ଦ୍ଵାରା ପରିବେଷିତ ମଲ୍ ଖମ ହଜାର ହଜାର ଦର୍ଶକ ଙ୍କ ମନ ମୋହୀ ଦେଇଥିଲା | ହାସ୍ୟ ଅଭିନେତା ଯୋଗେଶ ଯୋଯୋ ଙ୍କର ହାସ୍ୟ ଅଭିନୟ ସମସ୍ତଙ୍କୁ ବାନ୍ଧି ରଖୁଥିଲା | ଅତିଥି କଳାକାରଙ୍କ ରୁକୁ ସୁନା ଙ୍କ ସଙ୍ଗୀତ ସମସ୍ତଙ୍କୁ ମତୁଆଲା କରିଥିଲା |

Leave a Reply

Your email address will not be published. Required fields are marked *