20 Sep 2026, Sun

ରାଉରକେଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ଉପରେ ପୁସ୍ତକ ଉନ୍ମୋଚିତ

ରାଉରକେଲା: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଓ ସଂଘର୍ଷମୟ ଯାତ୍ରାକୁ ନେଇ ରଚିତ ଏକ ପୁସ୍ତକ ରାଉରକେଲାରେ ଉନ୍ମୋଚିତ ହୋଇଛି। ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ।

ପୁସ୍ତକଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାଲ୍ୟଜୀବନ ଓ ପ୍ରାରମ୍ଭିକ ଜୀବନରୁ ଆରମ୍ଭ କରି ତାଙ୍କର ସାର୍ବଜନୀନ ଜୀବନ ଏବଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଯାତ୍ରାର ବିଭିନ୍ନ ଦିଗ ସ୍ଥାନ ପାଇଛି।

ଏହି ପୁସ୍ତକର ଲେଖକ ହେଉଛନ୍ତି ରଶ୍ମିତା ରାଉତ ଓ ସରୋଜ କୁମାର ରାଉତ। ପୁସ୍ତକଟି ଯୁବପିଢ଼ିଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଓ ଯାତ୍ରା ସମ୍ପର୍କରେ ଜାଣିବାର ଏକ ଉପଯୋଗୀ ମାଧ୍ୟମ ହୋଇପାରିବ ବୋଲି ଆଶା କରାଯାଉଛି।

ପୁସ୍ତକଟି ପଢ଼ିବା ପରେ ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ଏହାର ପ୍ରଶଂସା କରିଥିଲେ। ବିଶେଷକରି ଯୁବପିଢ଼ିଙ୍କ ପାଇଁ ପୁସ୍ତକର ବିଷୟବସ୍ତୁ ଶିକ୍ଷଣୀୟ ଓ ପ୍ରେରଣାଦାୟକ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ ଏବଂ ରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ତାଙ୍କର ଯାତ୍ରାକୁ ପାଠକଙ୍କ ନିକଟରେ ପହଞ୍ଚାଇବା ଏହି ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *