25 May 2026, Mon

ଆଜିଠୁ ୩ ଦିନ ପ୍ରବଳ ବର୍ଷା

ଭୁନେଶ୍ବର: ରବିବାରଠାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସତର୍କତା ଜାରି କରାଯାଇଛି। ରବିବାର ପାଇଁ ରାଜ୍ୟର ୨୪ ଜିଲାରେ ବର୍ଷା ନେଇ ୟୋଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୬ଟି ଜିଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କୁହାଯାଇଛି। ଏହି ୬ଟି ଜିଲା ହେଉଛି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ଵର।

Leave a Reply

Your email address will not be published. Required fields are marked *