18 Jan 2026, Sun

୧୬୧କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମନମୁଣ୍ଡା, ୧୨/ ୭ : ଗଞ୍ଜେଇ କ୍ଷେତ୍ରରେ ମନମୁଣ୍ଡା ପୁଲିସକୁ ମିଳିଛି ବଡ଼ ସଫଳତା । ଚଢଉ ବେଳେ ୧୬୧କେଜି ଗଞ୍ଜେଇ ସହ ଜଣକୁ ଗିରଫ କରିଛି ପୁଲିସ । ଗିରଫ ଜଣକ ହେଲେ ବିପିନ ପ୍ରଧାନ ।

ସୂଚନା ଅନୁସାରେ, ବିପିନ ଶଗଡ଼ା ପଞ୍ଚାୟତ ଖଣ୍ଡିକନପାସ୍ଥିତ ତାଙ୍କ ଘର ନିକଟରେ ଗଞ୍ଜେଇ ରଖିଥିବା ତଥା ଚାଲାଣ କରିବାକୁ ଯାଉଥିବା ପୁଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ପରେ ଏସଆଇ ଚନ୍ଦନ ଜେନାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ବିପିନଙ୍କ ଘରେ ଚଢ଼ଉ କରିଥିଲା। ବିପିନଙ୍କ ଘରଠାରୁ ପୁଲିସ କେତେକ ବସ୍ତାରେ ଭର୍ତ୍ତି ଗଞ୍ଜେଇ ଥିବା ଦେଖି ଜବତ କରିବା ସହ ବିପିନକୁ ଗିରଫ କରିଥିଲା। ଗଞ୍ଜେଇ ଓଜନ କରିବାରୁ ତାହା ୧୬୧ କେଜି ହୋଇଥିବା ଶଗଡ଼ା ଫାଣ୍ଡି ଅଧିକାରୀ ଇନ୍ସପେକ୍ଟର ମହେନ୍ଦ୍ର କୁମାର ବେହେରାଙ୍କଠାରୁ ଜାଣିବାକୁ ମିଳିଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଇନ୍ସପେକ୍ଟର ଶ୍ରୀ ବେହେରାଙ୍କଠାରୁ ଜାଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *