11 Mar 2026, Wed

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର :  ସୋମବାରଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ  ଆସୁଛନ୍ତି ମହାମହିମ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ । ସୋମବାର ରାଷ୍ଟ୍ରପତି ଭୁବନେଶ୍ୱର ଏମ୍‌ସର ୫ମ  ସମାବର୍ତ୍ତନ ସମାରୋହରେ ଯୋଗ  ଦେବେ । ମଙ୍ଗଳବାର ଶ୍ରୀମତୀ ମୁର୍ମୁ  କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର  ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ  ଅତିଥି ହେବେ । ରେଭେନ୍ସା  ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି  ଅଟ୍ଟାଳିକାର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିବେ । ପୁଣି ଆଦିକବି ସାରଳା  ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗ ଦେଇ  କଳିଙ୍ଗ ରତ୍ନ ପୁରସ୍କାର ପ୍ରଦାନ କରିବେ ।

ଶ୍ରୀମତୀ ମୁର୍ମୁ ସୋମବାର ଅପରାହ୍ନ ୫ଟା  ସମୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ବାହାରି  ୫.୩୦ରେ ଭୁବନେଶ୍ୱର ଏମ୍‌ସରେ ପହଞ୍ଚିବେ।  ସେଠାରେ ତାଙ୍କ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ  ଉପସ୍ଥିତ ରହିବେ । ଏହାପରେ ରାତ୍ରିଯାପନ  କରିବେ ରାଜ୍ୟପାଳ ଭବନରେ ।

ମଙ୍ଗଳବାର  ଶ୍ରୀମତୀ ମୁର୍ମୁ ସକାଳ ୧୦.୧୫ରୁ ରାଜ୍ୟପାଳ  ଭବନରୁ ବାହାରି ୧୧ଟା ବେଳେ କଟକ ରେଭେନ୍ସା  ବିଶ୍ୱବିଦ୍ୟାଳୟରେ ପହଞ୍ଚିବେ । ଏହାପରେ ଦିନ  ୧୨ଟାରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ  ଶିଳାନ୍ୟାସ କରିବେ । ସନ୍ଧ୍ୟା ୬ଟାରେ ଆଦିକବି  ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗ ଦେବେ । ସନ୍ଧ୍ୟା ୭.୫୦ଟାରେ ଦିଲ୍ଳୀ ଫେରିଯିବାର  କାର୍ଯ୍ୟକ୍ରମ ରହିଛି

Leave a Reply

Your email address will not be published. Required fields are marked *