18 Jan 2026, Sun

ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ

ପୋଲସରା, : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଶିବ ମନ୍ଦିର ନିକଟରେ  ମା’ ସିଂହାସନୀଙ୍କ ଗେଟ୍‌ରେ ବିଳମ୍ବିତ ରାତିରେ ପିଟିହେଲା ବାଇକ୍‌ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବଡ଼ପଂକଳବାଡି ପଞ୍ଚାୟତ ମଙ୍ଗଳପୁର ଗ୍ରାମର ଦୀପକ ନାୟକ, (୨୦ ବର୍ଷ)ଆରତ ନାୟକ (୨୦ବର୍ଷ) ।

ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ ଚିରିକିପଡା ଶାସନ ଶିବ ମନ୍ଦିର ନିକଟରେ ତିନି ଛକଠାରେ ମା’ ସିଂହାସନୀଙ୍କ ଗେଟ୍‌ରେ ଏକ ବାଇକ୍‌ ପିଟି ହୋଇଥିଲା । ଫଳରେ ୨ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏସମ୍ପର୍କରେ ଖବର ପାଇ ପୋଲସରା ଥାନାଧିକାରୀ କୌଶିକ ମାଝୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଅନ୍ୟପଟେ ମୃତକଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି । ପୋଲସରା ପୁଲିସ ମେଡିକାଲରେ ପହଞ୍ଚି ଆଇନ ଅନୁଯାୟୀ ଯାଞ୍ଚ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି । ଦୁର୍ଘଟଣା ଗ୍ରସ୍ତ ବାଇକ୍‌ଟିକୁ ପୁଲିସ ଜବତ କରିଛି । ଏନେଇ ପୋଲସରା ଥାନାରେ ଏକ ମାମଲା ରୁଜୁ କରିଛି ପୁଲିସ।

Leave a Reply

Your email address will not be published. Required fields are marked *