4 Mar 2026, Wed

ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ

ତିଗିରିଆ : ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରିବା ଅଭିଯାଗରେ ତିଗିରିଆ ଥାନା ପୁଲିସ ଜଣେ ଯୁବକକୁ  ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଯୁବକ ଜଣକ ମାଣିଆବନ୍ଧ ଥାନା ଅର୍ନ୍ତଗତ ବୀରବରପୁର ଗ୍ରାମର  ଦାଶରଥି ସିଂଙ୍କ ପୁଅ ଗୋକୁଳି ଚନ୍ଦ୍ର ସିଂ ବୋଲି ଜଣାପଡ଼ିଛି ।

 

ପୁଲିସ ସୂଚନା ମୁତାବକ, ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାରେ ରହୁଥିବା ଜଣେ ଯୁବତୀଙ୍କ ସହ ଗୋକୁଳିଙ୍କ ପ୍ରେମ ସମ୍ପର୍କ ଥିଲା । ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଗୋକୁଳି ନିଜ ମୋବାଇଲରେ ରେକର୍ଡ କରିଥିଲା । ପରେ ଉକ୍ତ ଭିଡିଓକୁ ତାଙ୍କର ଜଣେ ବନ୍ଧୁଙ୍କ ନିକଟକୁ ପଠାଇଥିଲା । ଯୁବତୀଙ୍କ ବାପା ଏ ସମ୍ପର୍କରେ ଜାଣିବା ପରେ ଭିଡିଓ ଡିଲିଟ୍‌ କରିବା ପାଇଁ ଗୋକୁଳିଙ୍କୁ ଅନୁରୋଧ କରିଥିଲେ । ହେଲେ ସେ ଭିଡିଓ ଡିଲିଟ୍‌ ନକରି ତାଙ୍କୁ ଗାଳି ଗୁଲଜ କରିଥିଲା ଓ ଭିଡିଓ ଭାଇରାଲ୍‌ କରି ଦେଇଥିଲା । ଏନେଇ ଯୁବତୀଙ୍କ ବାପା ତିଗିରିଆ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ୧୩୭/୨୫ରେ ମାମଲା ରୁଜୁ କରି  ନୟାଗଡ଼ ଅଞ୍ଚଳରୁ ଗୋକୁଳିକୁ ଗିରଫ କରିବା ସହ ତା ନିକଟରୁ ମୋବାଇଲ ଫୋନ ଜବତ କରିଥିଲା । ସୋମବାର ଗୋକୁଳିକୁ  କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *