17 Mar 2026, Tue

ଜମ୍ମୁକାଶ୍ମୀର ଗୁରେଜ ସେକ୍ଟରରେ ଏନକାଉଣ୍ଟର; ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀ ନିହତ

ଶ୍ରୀନଗର :  ପଣ୍ଡ ହେଲା ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ । ଜମ୍ମୁକାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି) ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର ହୋଇଛି । ଅନୁପ୍ରେବଶ ଉଦ୍ୟମ ବେଳେ ସେନା ପକ୍ଷରୁ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି ।

ସୀମାରେ ଭାରତୀୟ ସେନା ସର୍ବଦା ସଜାଗ ରହିଛନ୍ତି । ଭାରତର ସୀମାରେ ଆତଙ୍କୀଙ୍କ ଅନୁପ୍ରବେଶ ପ୍ରୟାସକୁ ସବୁବେଳେ ବିଫଳ କରିଛି ସେନା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜମ୍ମୁ ଓ କାଶ୍ମୀରର ଗୁରେଜ ସେକ୍ଟରରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଅନୁପ୍ରବେଶ ପ୍ରୟାସ କରିଥିଲେ ଆତଙ୍କୀ । ସେନା ଏହି ପ୍ରୟାସକୁ ବିଫଳ କରିଛି । ଅନୁପ୍ରବେଶ ବେଳେ ସେନାଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନାଅନୁଯାୟୀ, ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପଟୁ ପ୍ରଥମେ ଗୁଳିଚାଳନା କରାଯାଇଥିଲା, ତା’ପରେ ସେନା ସତର୍କ ହୋଇ ତାର ଜବାବ ଦେଇଛି । ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।

୨ ଆତଙ୍କୀ ନିପାତ- ଆତଙ୍କୀ ଅନୁପ୍ରବେଶ ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ସେନାର ଚିନାର ଟିମ୍‌ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଦୁଇପଟୁ ଗୁଳିମାଡ଼ ହୋଇଥିଲା । ଏଥିରେ ୨ ଆତଙ୍କୀ ନିପାତ ହୋଇଛନ୍ତି । ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି । ଏହା ପୂର୍ବରୁ  ଅଗଷ୍ଟ ଆରମ୍ଭରୁ, ଅପରେସନ୍ ଅଖଲ ଲମ୍ବା ସମୟ ଧରି ଚାଲିଥିଲା ।

Leave a Reply

Your email address will not be published. Required fields are marked *