8 Dec 2025, Mon

ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଦାରିଙ୍ଗବାଡ଼ି : ବସ୍‌ ଧକ୍କାରେ ଦୋକାନକୁ ପଶିଗଲା କାର୍‌ । ଦୋକାନ ଭିତରେ ଥିବା ଦମ୍ପତିଙ୍କ ଉପରେ ଚଢିଗଲା କାର୍‌। ଘଟଣାସ୍ଥଳରେ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ଘଟଣାସ୍ତଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ପଦ୍ମାଳୟା ନାମକ ଏକ ଘରୋଇ ବସ୍ ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାଉଥିଲା । ରାସ୍ତାରେ ଅନ୍ୟ ଏକ ବସ୍‌କୁ ଓଭର ଟେକ୍‌ କରିବା ବେଳେ ଏକ କାର୍‌କୁ ଧକ୍କା ଦେଇଥିଲା । ଫଳରେ କାର୍‌ଟି ଏକ ଦୋକାନ ଭିତରକୁ ପଶି ଯାଇଥିଲା । ଦୋକାନ ଭିତରେ ଥିବା ଦମ୍ପତିଙ୍କ ଉପରେ କାର୍‌ଟି ଚଢି ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଥିଲେ । ଏହି ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ଏ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ କରିଛି  ।

Leave a Reply

Your email address will not be published. Required fields are marked *