3 Mar 2026, Tue

ଅଭିଜିତ ମଜୁମଦାରଙ୍କ ଅଧିକ ଚିକିତ୍ସା ପାଇଁ ଯାଇପାରନ୍ତି ଦିଲ୍ଲୀ : ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ

ଭୁବନେଶ୍ବର : ଓଡ଼ିଆ ମନୋରଂଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତରିତ ହୋଇପାରନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କାଲି ସନ୍ଧ୍ୟାରେ ଏମ୍‌ସ ଭୁବନେଶ୍ବରରେ ଚିକିତ୍ସାଧୀନ ଅଭିଜିତ ମଜୁମଦାରଙ୍କୁ ଭେଟିଲା ପରେ ଏହି ଅପ୍‌ଡେଟ୍‌ ଆସୁଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଏମ୍‌ସ ଭୁବନେଶ୍ବର ଗସ୍ତ କରିଥିଲେ। ଅଭିଜିତଙ୍କୁ ଭେଟଲା ପରେ ଏଠାରେ ଡାକ୍ତରୀ ଦଳ ସହ ଆଲୋଚନା କରିଥିଲେ। ଏହି ଅବସରରେ ତାଙ୍କ ସହ ଭୁବଶ୍ବେର (ଏକାମ୍ର) ବିଧାୟକ ବାବୁ ସିଂ, ଅଭିନେତା ଶ୍ରୀତମ ଦାସ, ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ପ୍ରମୁଖ ରହିଥିଲେ।

ସୂଚନାଯୋଗ୍ୟ, ଅଭିଜିତ ମଜୁମଦାର ଲିଭର ଜନିତ ସମସ୍ୟା ପାଇଁ ଏମ୍‌ସ ଭୁବନେଶ୍ବରରେ ଗତ ୪ ତାରିଖ ଦିନ ଭର୍ତ୍ତି ଅଛନ୍ତି। ବର୍ତ୍ତମାନ ତାଙ୍କର ଡାକ୍ତରୀ ଚିକିତ୍ସା ଜାରି ରହିଛି। ତାଙ୍କର କିଡ୍‌ନି ଓ ଲିଭର ସମସ୍ୟା ଯାହା ରହିଥିଲା ବର୍ତ୍ତମାନ ସେଥିରେ ଧୀରେଧୀରେ ସୁଧାର ଆସୁଛି। ଅଭିଜିତ ଏବେ ପରିଶ୍ରା ମଧ୍ୟ କରିପାରୁଛନ୍ତି। କିନ୍ତୁ ସେ କଥାବାର୍ତ୍ତା କରିପାରୁ ନାହାନ୍ତି। ଡାକ୍ତରୀ ଟିମ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଉଛନ୍ତି। ଆଉ ଅଧିକ ଚିକିତ୍ସା ଆବଶ୍ୟକ ହେଉଛି।

ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ଅଭିଜିତ ମଜୁମଦାରଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରିବାକୁ ମଧ୍ୟ ପ୍ରସ୍ତୁତ ଅଛୁ। ସ୍ୱତନ୍ତ୍ର ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଧ୍ୟାନ ନେବାକୁ ମଧ୍ୟ ଆଲୋଚନା କରିଛନ୍ତି। ଆସନ୍ତାକାଲି ପୁନର୍ବାର ଭୁବନେଶ୍ୱର ଏମ୍ସର ଡ଼ାଇରେକ୍ଟର ଓ ଦିଲ୍ଲୀ ଏମ୍ସ ଡ଼ାଇରେକ୍ଟରଙ୍କ ସହ ପୁଣି ଆଲୋଚନା କରି ନିଷ୍ପତ୍ତି ନେବୁ। ଯଦି ଦରକାର ହୁଏ ଦିଲ୍ଲୀ ନେବାକୁ ପ୍ରସ୍ତୁତ ଅଛୁ। ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *