8 Dec 2025, Mon

ନାବାଳିକା ମୃତଦେହ ଉଦ୍ଧାର ଘଟଣା: ଅନୁଗୁଳ-ବନ୍ତଳା ରାସ୍ତା ଅବରୋଧ

ଅନୁଗୁଳ : ଗତକାଲି ଠାରୁ ନିଖୋଜ ଥିବା ଜଣେ ନାବାଳିକାର ମୃତଦେହ ଆଜି ଉଦ୍ଧାର ହେବା ଘଟଣାରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଆଜି ଅପରାହ୍‌ଣରେ ଅନୁଗୁଳ-ବନ୍ତଳା ରାସ୍ତା ଅବରୋଧ କରାଯାଇଛି। ଉତ୍ତେଜିତ ଲୋକେ ଅଭିଯୁକ୍ତକୁ ଗିରଫ ଓ ନାବାଳିକାକୁ ଉଚିତ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ମୃତ ନାବାଳିକାର ବାପା କହିଛନ୍ତି, ସେ ମୋର ସାନ ଝିଅ ଥିଲା। ଗତକାଲି ଅପରାହ୍‌ଣ ୩-୪ଟା ଯାଏଁ ଘରେ ଥିଲା। କାଲି ବର୍ଷା, ବିଜୁଳି ଓ ଘଡ଼ଘଡ଼ି ହୋଇଥିଲା। ତା ପରଠୁ ନିଖୋଜ ହୋଇଯାଇଥିଲା। ଆମେ ସନ୍ଧ୍ୟା ୫ଟାରୁ ଖୋଜିବା ଆରମ୍ଭ କରିଥିଲୁ। ରାତି ୧୨ ଟା ଯାଏଁ ଖୋଜିଲୁ। ଏହା ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲୁ। ଆଜି ପୂର୍ବାହ୍‌ଣ ପ୍ରାୟ ୮ଟା ବେଳକୁ ଭାଲୁଖାଇ ନାଳରୁ ଝିଅର ମୃତଦେହ ଠାବ ହୋଇଥିଲା। ନାବାଳିକାର ଭାଇ ଭଉଣୀର ମୃତଦେହ ପ୍ରଥମେ ଦେଖିଥିଲେ।

ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଗଣମାଧ୍ୟମକୁ କହିଛନ୍ତି, ମୃତକାଙ୍କ ପରିବାର ଅଭିଯୋଗ ଅନୁସାରେ ନାବାଳିକା ଗତକାଲି ଠାରୁ ନିଖୋଜ ଥିଲା। ଆଜି ସକାଳୁ ମୃତଦେହ ଠାବ କରାଯାଇଥିଲା। ପୁଲିସ ଟିମ, ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍‌ ଘଟଣାର ତଦନ୍ତ କରୁଛି। ଶବ ପଞ୍ଚନାମା ହୋଇଛି। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇବୁ। ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ଜଣାପଡ଼ିବ।

Leave a Reply

Your email address will not be published. Required fields are marked *