17 Mar 2026, Tue

ପୂର୍ବତନ ସରପଞ୍ଚଙ୍କ ଦେହାନ୍ତରେ ରିଆମାଳରେ ଦୋକାନ ବଜାର ବନ୍ଦ

ରିଆମାଳ : ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବଣିକ ସଂଘ ପକ୍ଷରୁ ଦିନ ୧୨ ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ତଥା ରିଆମାଳ ବ୍ଲକର ବର୍ଷିୟାନ୍ ରାଜନେତା ତଥା ସମାଜସେବୀ, ଅପ୍ରତିଦ୍ଵନ୍ଦ୍ବୀ ୮ ଥରର ସରପଞ୍ଚ ରସାନନ୍ଦ ବିଶ୍ବାଳଙ୍କ ଗତକାଲି ଦେହାନ୍ତରେ ଆଜି ସକାଳୁ ବନ୍ଦ ଡାକରା ଦିଆଯାଇଛି। ଯାନବାହାନ ଚଳାଚଳ ହେଉଥିବା ବେଳେ କେବଳ ଦୋକାନ ବଜାର ବନ୍ଦ କରଯାଇଛି। ଜିଲ୍ଲା ତଥା ବ୍ଲକରେ ସମସ୍ତଙ୍କ ଅତି ଆପଣାର ସରପଞ୍ଚ ବାବୁ ଭାବେ ପରିଚିତ ଗତକାଲି ସନ୍ଧ୍ୟା ୫ ଟା ୩୦ ମିନିଟ୍ ସମୟରେ ସେ ରିଆମାଳ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ୮୭ ବର୍ଷ ବୟସରେ ବାର୍ଦ୍ଧକ୍ୟ ଅବସ୍ଥାରେ ଦେହାନ୍ତ ଘଟିଛି।

ରିଆମାଳ ପଞ୍ଚାୟତର ୮ ଥର ଅପ୍ରତିଦ୍ଵନ୍ଦୀ ସରପଞ୍ଚ ଭାବେ ନିର୍ବାଚିତ ହୋଇ ସେବା ଯୋଗାଇ ଆସିଥିଲେ। ୧୯୬୭ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ସେ ସରପଞ୍ଚ ହୋଇଥିଲେ। ସରପଞ୍ଚ ହେବା ଭିତରେ ପରାଜୟ ଦେଖି ନ ଥିଲେ‌। ପରବର୍ତ୍ତୀ ସମୟରେ ରିଆମାଳ ଉଚ୍ଚ ବିଦ୍ୟାଳୟ, ରିଆମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠାତା ହୋଇ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର ସାଜିଥିଲେ। ପରେ ରିଆମାଳ ପଞ୍ଚାୟତର ପ୍ରତିଷ୍ଠାତା ଥିଲେ। ରିଆମାଳ ମହାବିଦ୍ୟାଳର ସଭାପତି ରହି ଶିକ୍ଷାରେ ସଂସ୍କାର ଓ ଉତ୍ତମ ବାତାବରଣ ଆଣିଥିଲେ। ଅନ୍ୟପକ୍ଷରେ ରିଆମାଳ ସେବା ସମବାୟ ସମିତିର ସଭାପତି ଦାୟିତ୍ବ ମଧ୍ୟ ନିର୍ବାହ କରି ଚାଷୀଙ୍କ ପାଇଁ ସେବା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।

ରିଆମାଳ ପଞ୍ଚାୟତର ୮ ଥର ଅପ୍ରତିଦ୍ଵନ୍ଦୀ ସରପଞ୍ଚ ଭାବେ ନିର୍ବାଚିତ ହୋଇ ସେବା ଯୋଗାଇ ଆସିଥିଲେ। ୧୯୬୭ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ସେ ସରପଞ୍ଚ ହୋଇଥିଲେ। ସରପଞ୍ଚ ହେବା ଭିତରେ ପରାଜୟ ଦେଖି ନ ଥିଲେ‌। ପରବର୍ତ୍ତୀ ସମୟରେ ରିଆମାଳ ଉଚ୍ଚ ବିଦ୍ୟାଳୟ, ରିଆମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠାତା ହୋଇ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର ସାଜିଥିଲେ। ପରେ ରିଆମାଳ ପଞ୍ଚାୟତର ପ୍ରତିଷ୍ଠାତା ଥିଲେ। ରିଆମାଳ ମହାବିଦ୍ୟାଳର ସଭାପତି ରହି ଶିକ୍ଷାରେ ସଂସ୍କାର ଓ ଉତ୍ତମ ବାତାବରଣ ଆଣିଥିଲେ। ଅନ୍ୟପକ୍ଷରେ ରିଆମାଳ ସେବା ସମବାୟ ସମିତିର ସଭାପତି ଦାୟିତ୍ବ ମଧ୍ୟ ନିର୍ବାହ କରି ଚାଷୀଙ୍କ ପାଇଁ ସେବା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି। ବହୁ ନେତା, ଜନସାଧାରଣ, ଶୁଭେଛୁ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ଆଜି ସନ୍ଧ୍ୟାରେ ଆତ୍ମାର ସଦଗତି ପାଇଁ ହନୁମାନ ଛକ ଠାରେ ଏକ ବିରାଟ ଶୋକସଭା କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *