8 Dec 2025, Mon

ମନ୍ଦାର ଫୁଲ କମାଏ କୋଲେଷ୍ଟ୍ରଲ୍‌, ଅନେକ ରୋଗର କରେ ମୂଳପୋଛ

ଫୁଲ କେବଳ ଠାକୁରଙ୍କ ପୂଜା ପାଇଁ ନୁହେଁ; ବରଂ ତା’ର ଅନେକ ଉପକାର ଗୁଣ ମଧ୍ୟ ରହିଛି। ଅନେକ ଫୁଲ ମଧ୍ୟରେ ଅନେକ ପ୍ରକାରର ଉପକାରୀ ଗୁଣ ରହିଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ମନ୍ଦାର ଫୁଲ। ଫୁଲକୁ ଆମେ ସାଜସଜା ପାଇଁ ବ୍ୟବହାର କରନ୍ତି। ମାତ୍ର ବେଳେ ବେଳେ ଏହା ଆ‌ମ ସ୍ବାସ୍ଥ୍ୟକୁ ବି ସୁଧାରି ଦେଇପାରେ। ସେଥିମଧ୍ୟରୁ ଅନ୍ୟତମ ଫୁଲ ହେଉଛି ମନ୍ଦାର ଫୁଲା। ଔଷଧୀୟ ଗୁଣରେ ଭରପୂର ଅନେକ ଫୁଲ ମଧ୍ୟରୁ ମନ୍ଦାର ଅନ୍ୟତମ।

ଏକଥା ଖୁବ୍‌ ଅଳ୍ପ ଲୋକ ଜାଣିଥାଆନ୍ତି ଯେ ଫୁଲରେ ବି ଏଭଳି ଚମତ୍କାର ଗୁଣ ରହିଛି। ଉଚ୍ଚ ରକ୍ତଚାପକୁ ଠିକ୍‌ କରିବା ପାଇଁ  ମନ୍ଦାର ଫୁଲ ଏକ ଅବ୍ୟର୍ଥ ଔଷଧ ପରି କ‌ାମ ଦିଏ। ରକ୍ତଚାପ ରୋଗୀମାନେ ମନ୍ଦାର ଫୁଲର ରସ ପିଇବା ଦ୍ବାରା ସେମାନଙ୍କ ରକ୍ତଚାପକୁ ନିୟନ୍ତ୍ରଣରେ ରଖାଯାଇପାରେ।

ମନ୍ଦାର ଫୁଲରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଥାଏ। ସେଥିପାଇଁ ଏହା କେଶ ଉପୁଡ଼ୁଥିବା ଭଳି ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା କେଶକୁ ରାସାୟନିକ ପ୍ରଭାବରୁ ବଞ୍ଚାଇଥାଏ। ସେଥିପାଇଁ ଉତ୍ତମ କେଶ ଚାହୁଁଥିଲେ ମନ୍ଦାର ରସ ‌କେଶରେ ଲଗାନ୍ତୁ।

ଏହି ଫୁଲର ଚା’ ଏବଂ ସର୍ବତ ମଧ୍ୟ ପ୍ରସ୍ତୁତ କରି ଆପଣ ପିଇ ପାରିବେ। ଏହାର ସର୍ବତ ପ୍ରତିଦିନ ପାନ କରିବା ଦ୍ଵାରା ଶରୀର ଥଣ୍ଡା ରହିଥାଏ ଏବଂ ଜ୍ୱର, ନାକରୁ ରକ୍ତ ବୋହିବା, ମୁଣ୍ଡବ୍ୟଥା ଓ ଯାଦୁ ଆଦି ରୋଗକୁ ଦୂର କରିଥାଏ। ଏଥିସହିତ ହୃଦୟ ଏବଂ ମସ୍ତିଷ୍କକୁ ଶକ୍ତି ପ୍ରଦାନ କରିଥାଏ। ମନ୍ଦାର ଫୁଲ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ। ଏହାର ରସ ଶରୀରରେ ଥିବା ଅତ୍ୟଧିକ କୋଲେଷ୍ଟ୍ରୋଲକୁ କମାଇବାରେ ମଧ୍ୟ ରାମବାଣ ଭଳି କାମ କରିଥାଏ।

ତେବେ ଜାଣିରଖନ୍ତୁ ଯେ ଏହି ମନ୍ଦାର ଗଛ ପାଇଁ ପ୍ରଚୁର ସୂର୍ଯ୍ୟ କିରଣ, ସ୍ଥିର ଆର୍ଦ୍ରତା ଏବଂ ଉପଯୁକ୍ତ ତାପମାତ୍ରା ଆବଶ୍ୟକ ହୋଇଥାଏ।

Leave a Reply

Your email address will not be published. Required fields are marked *