8 Dec 2025, Mon

ନିଖୋଜ କନଷ୍ଟେବଳଙ୍କ ମୃତଦେହ ଠାବ : ୨୦ଲକ୍ଷ ଟଙ୍କା ପାଇଁ ପ୍ରେମିକ କରିଥିଲା ହତ୍ୟା ???

କେନ୍ଦୁଝର : ମହିଳାଙ୍କୁ ବୁଲାଇନେବା ବାହାନାରେ ପ୍ରେମିକ କରିଲା ହତ୍ୟା । ରାଜଧାନୀରୁ ନିଖୋଜ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ କେନ୍ଦୁଝରରେ ଠାବ ହୋଇଛି । କେନ୍ଦୁଝର ଘଟଗାଁରୁ ଠାବ ହୋଇଥିବା ମହିଳାଙ୍କ ମୃତଦେହ ନିଖୋଜ କନଷ୍ଟେବଳଙ୍କର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମହିଳାଙ୍କ ପ୍ରେମିକ  ହତ୍ୟା କରି କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଥିବା ସୂଚନା ମିଳିଛି । ଅଭିଯୁକ୍ତ ପ୍ରେମିକ ଦୀପକ ରାଉତକୁ ଗିରଫ କରିଛି ପୁଲିସ । ଦୀପକ ରାଉତକୁ ନେଇ ଘଟଣାସ୍ଥଳରେ ଖୋଳତାଡ କରିବ ପୁଲିସ ।  ତେବେ ମିଳିଥିବା ସୂଚନା ଅନୁସାରେ ୨୦ଲକ୍ଷ ଟଙ୍କା ପାଇଁ ପ୍ରେମିକ ଜଣଙ୍କ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲା ।
ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ । ସେ ନିଖୋଜ ହେବା ପରଠାରୁ ସନ୍ଦେହ ଘେରରେ ଥିଲେ ପ୍ରେମିକ । ପୁଲିସ ସେବା ଭବନରେ ଆକାଉଣ୍ଟ ଡିପାର୍ଟମେଣ୍ଟରରେ କାର୍ଯ୍ୟ କରନ୍ତି ଦୀପକ । ମହିଳା କନଷ୍ଟେବଳ ନିଖୋଜ ନେଇ କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ । ଏହା ପରେ ପୁଲିସ ଏକ ମାମଲା ରୁଜୁ କରି ତନାଘନା କରିଥିଲା । ପ୍ରଥମରୁ ହିଁ ପ୍ରେମିକ ଦୀପକ ରାଉତକୁ ସନ୍ଦେହ କରି ତଦନ୍ତ କରିଥିଲା ପୁଲିସ ।

Leave a Reply

Your email address will not be published. Required fields are marked *