8 Dec 2025, Mon

ମଦ ଦୋକାନରୁ ୮ଲକ୍ଷ ଟଙ୍କା ଚୋରି

କଲମପୁର : କଳାହାଣ୍ଡି ଜିଲା କଲମପୁର ଥାନା ଅନ୍ତର୍ଗତ ବିଜମରାଠାରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ରବିବାର ବିଳମ୍ବିତ ରାତିରେ ୮ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।  ଦୁର୍ବୃତ୍ତମାନେ କାନ୍ଥରେ କଣା କରି ଭିତରେ ପଶି ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହା ପରେ ସୋମବାର ସକାଳେ ପୁଲିସ ଏବଂ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ସହ ଘଟଣାର ତଦନ୍ତ କରିଛନ୍ତି। ଧର୍ମଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡୋଳା ମଣି ଭୋଇଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ କରାଯାଇଥିବାବଳେ  ଦୋକାନ ମାଲିକଙ୍କ ଭାଇ ଏବଂ କର୍ମଚାରୀଙ୍କ ସମେତ ପାଖରେ ଥିବା ଅନ୍ୟ ଦୋକାନୀଙ୍କୁ ଘଟଣା ସମ୍ବନ୍ଧରେ ପଚାରି ବୁଝିଥିଲେ। ଦୁର୍ବୃତ୍ତମାନେ ଚୋରି ପରେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ହାର୍ଡ ଡିକ୍ସ ମଧ୍ୟ ନେଇ ଯାଇଛନ୍ତି।

ସୂଚନା ଅନୁସାରେ, ରବିବାର ରାତିରେ ବାନେରଠାରେ ଦେବୀ ଡୋକରୀ ଏବଂ ବୁଢିପଦରେନ ଦେବୀଙ୍କ ଦଶହରା ପର୍ବ ପାଳନ ହେଉଥିଲା । ଏଥିପାଇଁ ବିଜମରାଠାରୁ ବାନେର ପର୍ଯ୍ୟନ୍ତ ରାସ୍ତାରେ ଲୋକଙ୍କ ଗହଳି ଲାଗି ରହିଥିଲା। ଏଭଳି ସ୍ଥିତିରେ ରାସ୍ତା କଡ ଦୋକାନର କାନ୍ଥରେ ଗର୍ତ କରି ଚୋରି କରିନେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଏହାସହ ଦୋକାନ କାଉଣ୍ଟରରେ ଏତେ ପରିମାଣର ଟଙ୍କା ରଖିବା କେତେଦୂର ସୁରକ୍ଷିତ ?  ସିସିଟିଭି ହାର୍ଡ ଡିକ୍ସ ଭାଙ୍ଗି ନେଇଯିବା ଜଣେ ଅଭିଜ୍ଞ ବ୍ୟକ୍ତିର କାର୍ଯ୍ୟ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *