15 May 2026, Fri

କକାଙ୍କୁ ହତ୍ୟା କଲା ପୁତୁରା, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼ : ଗତକାଲି ରାତିରେ ସଦର ଥାନା କିରେଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ରାସ୍ତାକଡ଼ରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ମୃତକଙ୍କ ପରିଚୟ ମିଳିଛି। ସେ କିରେଇର ସଚିନ୍ଦ୍ର ନାଏକ। ତାଙ୍କୁ ନିଜ ପୁତୁରା ବିଶାଳ ନାଏକ ହାତର ବଳା ଓ ବାଉଁଶରେ ପିଟିପିଟି  ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘରୋଇ କଳହ ଯୋଗୁଁ କକାକୁ ହତ୍ୟାକାଣ୍ଡ ଘଟାଇ ଫେରାର ହେବାକୁ ଚେଷ୍ଟା କରୁଥିବା ପୁତୁରାକୁ ଗିରଫ କରିଛି ସଦର ଥାନା ପୁଲିସ। 

ପୁତୁରାର ମା ଅର୍ଥାତ ଭାଉଜଙ୍କୁ ପତ୍ନୀ ଭାବେ ରଖିଥିଲା ମୃତକ ସଚିନ୍ଦ୍ର ନାଏକ। ତେବେ ମଦ ପିଇ ସବୁବେଳେ ଭାଉଜ ପତ୍ନୀଙ୍କୁ ମାରଧର କରୁଥିଲା। ଏପରିକି ପୁତୁରାକୁ ବି ପିଟୁଥିଲା। ଏଥିରେ ରାଗ ଥିଲା ପୁତୁରାର। ଗତକାଲି ରାତିରେ ଦୁହେଁ ବସି ମଦ ପିଇଥିଲେ।  ନିଶା ଚଢ଼ିବା ପରେ କକା ଓ ପୁତୁରାଙ୍କ ମଧ୍ଯରେ ଝଗଡ଼ା ହୋଇଥିଲା। ଉତ୍ତ୍ଯକ୍ତ ପୁତୁରା ହଠାତ୍ ହାତର ବଳା ଓ ବାଉଁଶ ବାଡ଼ିରେ କାକାଙ୍କ ମୁଣ୍ଡକୁ ପିଟି ହତ୍ଯା କରିଥିବା ସୂଚନା ମିଳିଛି।
ଘରୋଇ କଳହ ଯୋଗୁଁ କକାକୁ ହତ୍ୟାକାଣ୍ଡ ଘଟାଇ ଫେରାର ହେବାକୁ ଚେଷ୍ଟା କରୁଥିବା ପୁତୁରାକୁ ଗିରଫ କରିଛି ସଦର ଥାନା ପୁଲିସ।
ପୁତୁରାର ମା ଅର୍ଥାତ ଭାଉଜଙ୍କୁ ପତ୍ନୀ ଭାବେ ରଖିଥିଲା ମୃତକ। ତେବେ ମଦ ପିଇ ସବୁବେଳେ ଭାଉଜ ପତ୍ନୀଙ୍କୁ ମାରଧର କରୁଥିଲା। ଏପରିକି ପୁତୁରାକୁ ବି ପିଟୁଥିଲା। ଏଥିରେ ରାଗ ଥିଲା ପୁତୁରାର। ଗତକାଲି ରାତିରେ ଦୁହେଁ ବସି ମଦ ପିଇଥିଲେ।  ନିଶା ଚଢ଼ିବା ପରେ କକା ଓ ପୁତୁରାଙ୍କ ମଧ୍ଯରେ ଝଗଡ଼ା ହୋଇଥିଲା। ଉତ୍ତ୍ଯକ୍ତ ପୁତୁରା ହଠାତ୍ ହାତର ବଳା ଓ ବାଉଁଶ ବାଡ଼ିରେ କାକାଙ୍କ ମୁଣ୍ଡକୁ ପିଟି ହତ୍ଯା କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *