24 May 2026, Sun

ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗାଁରେ ବାଘ ଆତଙ୍କ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ ଗାଁର କିଛି ବ୍ୟକ୍ତି ମନ୍ଦିରକୁ ଯିବା ସମୟରେ ରାସ୍ତାରେ ଏକ ବାଘ ଯାଉଥିବାର ଦେଖି ଅନ୍ୟ ଗ୍ରାମବାସୀ ମାନଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀମାନେ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରୁ ବାଘର ପାଦ ଚି଼ହ୍ନ ଏବଂ ଚୁଟି ଆଦି ସଂଗ୍ରହ କରାଯାଇଛି। ଅନ୍ୟପଟେ ଗାଁରେ ବାଘ ଆତଙ୍କ ଲାଗି ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତାହା ବାଘ ର ପାଦ ଚିହ୍ନ ନା ଅନ୍ୟ କାହାର ସେ ନେଇ ବନ ବିଭାଗ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *