8 Dec 2025, Mon

୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ : ୨୦ନଂ ଜାତୀୟ ରାଜପଥରେ ଯାତାୟାତ ଠପ୍

ଆନନ୍ଦପୁର  : କେନ୍ଦୁଝର ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ଵାରା ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ବିରୋଧ କରି ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଆନନ୍ଦପୁର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଘଷିପୁରା ଥାନା ବିଜି ମୋଟର୍ସ ନିକଟରେ ୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି।

ଚଳିତ ମାସ ୧୫ ତାରିଖରେ ବାଂଶପାଳ ବ୍ଳକ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ ଜଣେ ବାଂଲାଦେଶୀଙ୍କୁ ଗିରଫ କରାଯାଇଥିବା ବେଳେ ନାବାଳିକା ଜଣକ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। କେନ୍ଦୁଝର ଜିଲ୍ଲାରେ ଅନୁପ୍ରବେଶକାରୀ ଫେରି କରିବା ବାହାନାରେ ରହି ନିଶା କାରବାର ଠାରୁ ଆରମ୍ଭ କରି ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ତେଣୁ ପୁଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ସେମାନଙ୍କୁ ଚିହ୍ନଟ କରି ବିଦା କରନ୍ତୁ ନହେଲେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଗଳିକନ୍ଦିରେ ପଶି ବାଂଲାଦେଶୀଙ୍କୁ ବାହାର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସେତେବେଳେ ଯାହା ଅପ୍ରୀତିକର ପରିସ୍ଥିତି ହେଲେ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *