8 Dec 2025, Mon

ଇଣ୍ଡିଗୋ ବିମାନକୁ ବୋମା ଧମକ, ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ

ଆଦ୍ୟାଶା ନିଉଜ ଡେସ୍କ : ମୁମ୍ବାଇ ବିମାନ ବନ୍ଦରରେ ଚହଳ ପଡିଗଲା । ସମସ୍ତଙ୍କ ମଧ୍ୟରେ ଭୟ-ଆତଙ୍କ ଖେଳିଗଲା । କାରଣ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିବା ପରେ ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇ ବିମାନକୁ ତନତନ କରି ଯାଞ୍ଚି କରିଛନ୍ତି ବମ୍ ସ୍କ୍ୱାଡ୍ । ହାଇଦ୍ରାବାଦରୁ କୁଏତ୍ ଯାଉଥିଲା ବିମାନ । ବିମାନରେ ହ୍ୟୁମାନ୍ ବୋମା ଥିବା ନେଇ ଆସିଥିଲା ଇ-ମେଲ୍ । ବୋମାରେ ଉଡ଼ାଇଦେବାକୁ ହାଇଦ୍ରାବାଦ ବିମାନବନ୍ଦରକୁ ଆସିଥିଲା ଧମକ । ଏହାପରେ ମୁମ୍ବାଇରେ ବିମାନରେ ଏମଜେନ୍ସିଂ ଲ୍ୟାଣ୍ଡିଂ କରାଯାଇଥିଲା । ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି ହୋଇଛି ।

ରିପୋର୍ଟ ମୁତାବିକ, ହ୍ରାଇଦ୍ରାବାଦ ଏୟାରପୋର୍ଟକୁ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା । ଯେଉଁଥିରେ ବିମାନରେ ହ୍ୟୁମାନ ବୋମା ଥିବା ନେଇ ଧମକ ଦିଆଯାଇଥିଲା । ଧମକ ମିଳିବା ପରେ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ । କୁଏତରୁ ହାଇଦ୍ରାବାଦ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବିମାନ କର୍ତ୍ତୃପକ୍ଷ ଇମେଲ୍ ମାଧ୍ୟମରେ ଏକ ବୋମା ଧମକ ପାଇଥିଲେ, ଯାହା ଆତଙ୍କ ଖେଳି ଯାଇଥିଲା ।

​​​​​​​ମୁମ୍ବାଇ ଏୟାରପୋର୍ଟରେ ଇଣ୍ଡିଗୋ ଫ୍ଲାଇଟ୍‌କୁ ସୁରକ୍ଷିତ ଲ୍ୟାଣ୍ଡି କରାଯାଇଛି । ଏହାପରେ ବିମାନକୁ ଆଇସୋଲେସନରେ ନିଆଯାଇଥିଲା । ତନତନ କରି ଯାଞ୍ଚ କରାଯାଇଥିଲା । ଏବେ ସୁଦ୍ଧା କୌଣସି ସନ୍ଧିଗ୍ଧ ଜିନିଷ ମିଳିନାହିଁ । ପୁରା ଅପରେସନରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ CISF କର୍ମଚାରୀ ସାମିଲ ହୋଇଥିଲେ । ଫ୍ଲାଇଟ୍ ନମ୍ବର ନେଇ କୌଣସି ସୂଚନା ମିଳିନାହିଁ । ଗତକାଲି କୁଏତରୁ ରାତି ପ୍ରାୟ ୧ଟା ୫୬ରେ ବାହାରିଥିଲା । ସକାଳ ୮ଟା ୧୦ରେ ଜରୁରୀ ଅବତରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *