ଆଉ କିଏ କହିବ ମୁଁ ରେଢ଼ାଖୋଲ ରୁ ରମାକାନ୍ତ
ସବୁବେଳେ ଖବର ଖୋଜୁଥିବା ଲୋକ ଖବର ହୋଇଗଲେ।
ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପ୍ରେସ କ୍ଲବ୍ ସଭାପତି ଯୁବ ସାମ୍ବାଦିକ ରମାକାନ୍ତ ମହାନନ୍ଦ ଗତକାଲି ଖବର ସଂଗ୍ରହ କରି ଯାଉଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛନ୍ତି। ଏଥିରେ ରେଢ଼ାଖୋଲ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି। ମଙ୍ଗଳବାର ଦିନ ରେଢ଼ାଖୋଲ ପ୍ରେସ କ୍ଲବ୍ ଠାରେ ପ୍ରେସ କ୍ଲବ୍ ପକ୍ଷରୁ ସମ୍ପାଦକ ତପନ କୁମାର ବିଶ୍ବାଳ ଙ୍କ ଅଧ୍ୟକ୍ଷତାରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ପ୍ରଥମେ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଦୀପ ପ୍ରଜ୍ବଳନ କରାଯାଇଥିଲା। ଏଥିରେ ସଂଘର ସମସ୍ତ ସଦସ୍ୟ ମର୍ମାହତ ଥିବା ବେଳେ କାନ୍ଦି କାନ୍ଦି ନିଜ ନିଜର ଅଭିବ୍ୟକ୍ତ ପ୍ରଦାନ କରିଥିଲେ। ସେ ଜଣେ ସ୍ବାବଲମ୍ବୀ, ମେଳାପି, କର୍ମଠ, ଦକ୍ଷ ଏବଂ ନିର୍ଭିକ ସାମ୍ବାଦିକ ରହିଥିଲେ। ରେଢ଼ାଖୋଲ ଅଞ୍ଚଳରେ ସାମ୍ବାଦିକ କ୍ଷେତ୍ର, କଳା କ୍ଷେତ୍ରରେ ଏବଂ ସାର୍ବଜନୀକ ବିକାଶ କ୍ଷେତ୍ରରେ ସେ ଜଣେ ପ୍ରେରଣା ଦାୟକ ରହିଥିଲେ। ଆଜି ସଂଘ ପକ୍ଷରୁ ତାଙ୍କର ଅମର ଆତ୍ମାର ସତଗତି କାମନା କରିବା ସହିତ ପରିବାର ବର୍ଗକୁ ସମବେଦନା ଜଣାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏଥିରେ ସଂଘର କୋଷାଧ୍ୟକ୍ଷ ଯୋଶବନ୍ତ ନାରାୟଣ ସାହୁ, ବରିଷ୍ଠ ସାମ୍ବାଦିକ ଜୟନ୍ତ ଖାଡ଼ିରତ୍ନ, ରୋହିତ ଭୋଇ, ପ୍ରସନ୍ନ ପ୍ରଧାନ, ଶଙ୍କର ପୃଷ୍ଟି, ସୁଶାନ୍ତ ନାଗ, ରଶ୍ମି ଖଡିରତ୍ନ, ସରୋଜ ସାହୁ, ଅନିଲ ପୃଷ୍ଟି, ମମତା ପାତ୍ର, ସୁଧୀର ସୁନା, ଗଜାନନ ଭେଷରା, ବିଦ୍ୟାଧର ମାଝି, ସରୋଜ ରାଉତ, ରଶ୍ମିତା ରାଉତ, ମଦନ ବେହେରା, ଲିଙ୍ଗରାଜ ପ୍ରଧାନ ପ୍ରମୁଖ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।

