7 Mar 2026, Sat

ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସକୁ ଙ୍କୁ ଭଦ୍ରକ ପୁଲିସ ଏନ୍‌କାଉଣ୍ଟର

ଭଦ୍ରକ : ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଙ୍କୁ ଭଦ୍ରକ ପୁଲିସ ଏନ୍‌କାଉଣ୍ଟର କରିଛି। ଭଦ୍ରକ ଏସପି ମନୋଜ ରାଉତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଚରମ୍ପା ମାଲଗୋଦାମ ଅଞ୍ଚଳରେ ଡକାୟତି କରିବାକୁ ଆସିଥିବା କମଳାକାନ୍ତ ଦାସକୁ ଟାଉନ ପୁଲିସ ଏନ୍‌କାଉଣ୍ଟର କରିଛି। ଅପରାଧୀର ଗୋଡ଼ରେ ଗୁଳି ବାଜି ଥିବା ବେକେ ସେ ଗୁରୁତର ଭାବରେ ଆହତ ହୋଇଛି। ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

କମଳାକାନ୍ତ ନିକଟରୁ ଅଫୁଟା ଗୁଳି ଜବତ ହୋଇଛି।  କମଳାକାନ୍ତ ପ୍ରଥମେ ପୁଲିସ ଉପରକୁ ୪ ରାଉଣ୍ଡ ଗୁଳି ମାଡ଼ କରିଥିଲା।  ଏହାର ପାଲଟା ଜବାବ ଦେଇ କମଳାକାନ୍ତକୁ ଗୋଟିଏ ରାଉଣ୍ଡ ଗୁଳି ମାଡ଼ କରିଥିଲେ। କମଳାକାନ୍ତର ଅନ୍ୟ ସହଯୋଗୀ ଫେରାର ଅଛି। କମଳାକାନ୍ତ ଆଜି ବ୍ୟାଙ୍କ ଓ ସୁନା ଦୋକାନ ଡକାୟତି କରିବା ପାଇଁ ଯୋଜନା କରିଥିଲା।

ଚରମ୍ପା ମାଲଗୋଦାମ ଅଞ୍ଚଳରେ ସୁନା ଦୋକାନରେ  ଡକାୟତି କରିବାକୁ ଆସିଥିବା ବାଲେଶ୍ଵର ଜିଲ୍ଲା ସୋର ବ୍ଲକ୍ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତର ବୁଡ଼େଇ ଗ୍ରାମର ଦୁର୍ଦ୍ଦାନ୍ତ ଡକାୟତ ବୁଦ୍ଧିଆ ଓରଫ କମଳାକାନ୍ତ ଦାସକୁ ଟାଉନ ପୁଲିସ ଏନ୍ କାଉଣ୍ଟର କରିଛି। ଅପରାଧୀ ର ଗୋଡ଼ରେ ଗୁଳି ବାଜି ଥିବା ବେକେ ସେ ଗୁରୁତର ଭାବରେ ଆହତ ହୋଇଥିଲା। ତାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାର ସ୍ବାସ୍ଥ୍ୟ ଅବସ୍ଥା ଶୋଚନୀୟ ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୁଲିସର ତଦନ୍ତକାରୀ ଟିମ୍ ତନାଘନା ଆରମ୍ଭ କରିଛି।। ସହରର ବିଭିନ୍ନ ସ୍ଥାନରେ ଭଦ୍ରକ ଟାଉନ ଆଇଆଇସି ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି।

କମଳାକାନ୍ତ ନାଆଁରେ ବାଲେଶ୍ବର ଜିଲ୍ଲାର ଅଧିକାଂଶ ଥାନାରେ ବହୁ ମାମଲା ରହିଛି। ଏପରି ମୁମ୍ବାଇ, ବେଙ୍ଗାଲୁରୁ ଓ ବିହାରରେ ସେ ଡକାୟତିରେ ସକ୍ରିୟ ଥିଲା ବୋଲି କୁହାଯାଉଛି। କମଳାକାନ୍ତ ବିବାହିତ ଓ ତାର ଏକ ସନ୍ତାନ ଥିବା ଜଣାଯାଇଛି। ସେ ଦୁଇ ଦିନ ତଳେ ମୂଳିସଂହ ଜେଲରୁ ବାହାରିଥିଲା।

ବୁଦ୍ଧିଆଙ୍କ  ନାମରେ  ୫୦ ରୁ ଉର୍ଦ୍ଧ୍ବ ମାମଲା ବିଭିନ୍ନ ଥାନାରେ ରହିଛି। ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, ଯାଜପୁର, କଟକ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି। ବୁଦ୍ଧିଆର ଜଣେ ଭିଣୋଇ ତାର ଏହି ଅପରାଧିକ ମାମଲା ସହଯୋଗ କରୁଛି। ପୁଲିସ ତାକୁ ତଦନ୍ତ ପରିସରକୁ ଆଣିବ ବୋଲି ଏସପି ମନୋଜ ରାଉତ ସାମ୍ବାଦିକ ସମ୍ମୀଳନୀରେ ପ୍ରକାଶ କରିଛନ୍ତି।

 

Leave a Reply

Your email address will not be published. Required fields are marked *