କଳାହାଣ୍ଡି : କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗାଁରେ ଘରେ ଏକାକୀ ରହୁଥିବା ଜଣେ ଅବସରପ୍ରାପ୍ତ ଏଏନଏମ ସୁପରଭାଇଜରଙ୍କ ମୃତଦେହ ତାଙ୍କ ଘର ଆଗରେ ପଡ଼ିରହିଥିବା ଦେଖିବାକୁ ମିଳିଛି l ଏଥିସହ ତାଙ୍କ ଘର କବାଟର ତାଲା ମଧ୍ୟ ଭଙ୍ଗାଯାଇଛି l ଏକାକୀର ସୁଯୋଗ ନେଇ ମହିଳାଙ୍କୁ ଦୁର୍ବୁତ୍ତ ହତ୍ୟା କରି ତାଙ୍କ ଘରର ସାମଗ୍ରୀ ଲୁଟ୍ କରିଥିବା ସନ୍ଦେହ କରାଯାଉଛି l ତେବେ ମୃତ ମହିଳାଙ୍କ ନାଁ ସୁଚିତ୍ରା ଖୁଣ୍ଟିଆ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ସ୍ୱାମୀ ଓ ପୁଅ ବାହାରେ ରହୁଥିବା ଜଣାପଡ଼ିଛି l ଖବର ପାଇ ଧର୍ମଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

