7 Mar 2026, Sat

ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ସପ୍ତାହ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

ଆଦ୍ୟାଶା ନିଉଜ ଡେସ୍କ :   ବଙ୍ଗୋପସାଗରରେ ଆସୁଛି ଲଘୁଚାପ I ଆସନ୍ତା ସପ୍ତାହ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏହା ଏକ ସପ୍ତାହରୁ ଅଧିକ ସମୟ ଯାଏଁ ଲଘୁଚାପ ଅବସ୍ଥାରେ ଦକ୍ଷିଣ ବଙ୍ଗୋପସାଗରରେ ରହିପାରେ I ବର୍ତ୍ତମାନ ବିଭିନ୍ନ ପାଣିପାଗ ମଡେଲ୍ ପକ୍ଷରୁ ପୂର୍ବାନୁମାନ କରାଯାଉଛି ଯେ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ନାହିଁ I 31 ତାରିଖରେ ଘୂର୍ଣ୍ଣିବଳୟ ସ୍ରୁଷ୍ଟି ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ I ସେପଟେ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଜାଡ଼ ଜାରି ରହିବ । ବର୍ଷ ଶେଷ ବେଳକୁ କନ୍ଧମାଳରୁ ଗଜପତି, କୋରାପୁଟ, କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ରହିଛି I

ଭୁବନେଶ୍ବର-କଟକ ଟ୍ବିନ୍ ସିଟିରେ ବି ଥଣ୍ଡା ବଢ଼ିବ । ଥଣ୍ଡାରୁ ନିସ୍ତାର ନାହିଁ । ରାଜ୍ୟରେ ଭୟଙ୍କର ଶୀତ ଲହରୀ । ଉପାନ୍ତରୁ ଉପକୂଳ ଯାଏଁ । ଥରୁଛି ସାରା ରାଜ୍ୟ । ଥଣ୍ଡା ସାଙ୍ଗକୁ ଅନେକ ସ୍ଥାନରେ କଲବଲ କରୁଛି କୁହୁଡ଼ି । ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ କୁହୁଡ଼ି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ସୁନ୍ଦରଗଡ଼, କଳାହାଣ୍ଡି, ଖୋର୍ଦ୍ଧା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାକୁ ୟୋଲୋ ଚେତାବନୀ ଦିଆଯାଇଛି । ଆସନ୍ତାକାଲି ପାଇଁ ମଧ୍ୟ ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ କୁହୁଡ଼ି ହେବ । ତେବେ ଏହି ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ହେବ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ଚେତାବନୀ ଦିଆଯାଇଛି । ରାଜ୍ୟରେ ବଡ଼ଦିନ ଠାରୁ ଆହୁରି ବଢ଼ିବ ଶୀତ। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ। ଉପକୂଳରୁ ଉପାନ୍ତ, ଥରୁଛି ପୂରା ଓଡ଼ିଶା।

Leave a Reply

Your email address will not be published. Required fields are marked *