24 May 2026, Sun

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଅନ୍ୟ ଏକ ମାଷ୍ଟରମାଇଣ୍ଡ ବୁରହାନ ହମଜା ନିହତ

Aadyasha News Desk : ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଅନ୍ୟ ଏକ ମାଷ୍ଟର ମାଇଣ୍ଡ ହମଜା ବୁରହାନର ହତ୍ୟା। ପାକିସ୍ତାନରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ହମ୍ଜାର ମୃତ୍ୟୁ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର ମୁଜାଫରାବାଦରେ ଆତଙ୍କବାଦୀ ହମଜାକୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ମିଳିଥିବା ରିପୋର୍ଟ ଅନୁସାରେ, ଅଜଣା ବନ୍ଧୁକଧାରୀ ହମଦାକୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲା। ଘଟଣା ସ୍ତଳରେ ହଁ ତା’ର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି।

ରିପୋର୍ଟ ଅନୁସାରେ, ହମଜା ବୁରହାନ ଦୀର୍ଘ ଦିନ ଧରି ପାକିସ୍ତାନ ଏବଂ ପିଓକେରେ ସକ୍ରିୟ ଥିଲା। ତାକୁ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜଣେ ମାଷ୍ଟରମାଇଣ୍ଡ ବୋଲି ଭାରତ କହିଥିଲା। ମାମଲାରେ ତଦନ୍ତ କରିବା ପରେ ଭାରତ ସରକାର ୨୦୨୨ ମସିହାରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅନୁଯାୟୀ ହମଜା ବୁରହାନକୁ ଆତଙ୍କବାଦୀ ଘୋଷଣା କରିଥିଲେ। ସୂଚନା ଥାଉକି ୧୦୧୯ରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତର ୪୦ ଜଣ ସୈନିକ ସହିଦ ହୋଇଥିଲେ। ଯାହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ି ଯାଇଥିଲା।

ଭାରତରୁ ପାକିସ୍ତାନ ଯାଇ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା ହମଜା

ସରକାରଙ୍କ ସୂଚନା ଅନୁଯାୟୀ, ପୁଲୱାମାର ରତ୍ନିପୋରା ଅଞ୍ଚଳର ବାସିନ୍ଦା ଅର୍ଜୁମନ୍ଦ ଗୁଲଜାର ଦାର, ଓରଫ ହମଜା ବୁରହାନ, ଓରଫ ଡାକ୍ତର ପୁଲୱାମାଆ ଆକ୍ରମଣରେ ସାମିଲ୍ ଥିଲା।। ୨୩ ବର୍ଷୀୟ ଏହି ଅପରାଧି ଆତଙ୍କବାଦୀ ସଂଗଠନ ଅଲ-ବଦର ସହିତ ଜଡିତ ଥିଲା।

ସରକାରୀ ତଥ୍ୟ କହୁଛି ଯେ ବୁରହାନ ଆଇନଗତ ଭାବରେ ପାକିସ୍ତାନ ଯାଇଥିଲା। ସେଠାରେ ସେ ଅଲ୍ ବଦରରେ ଯୋଗ ଦେଇଥିଲା।  ଏବଂ ପରେ ଜଣେ ସକ୍ରିୟ ଆତଙ୍କବାଦୀ ଏବଂ ସଂଗଠନର କମାଣ୍ଡର ହୋଇଥିଲେ। ସେ ବର୍ତ୍ତମାନ ପାକିସ୍ତାନରୁ କାର୍ଯ୍ୟ ପରିଚାଳନା କରୁଥିଲା। ହମଜା ଯୁବକମାନଙ୍କୁ ଅଲ୍ ବଦରରେ ଯୋଗଦେବା ପାଇଁ ପ୍ରୋତ୍ସାହିତ କରିବା ଏବଂ ସଂଗଠନର ଆତଙ୍କବାଦୀ କାର୍ଯ୍ୟକଳାପକୁ ପାଣ୍ଠି ଯୋଗାଇବା ଆଦି କାମ କରୁଥିଲା ବୋଲି ଅଭିଯୋଗ ରହିଛି।

Leave a Reply

Your email address will not be published. Required fields are marked *