7 Mar 2026, Sat

ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ

ଭୁବନେଶ୍ବର : ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ହୋଇ ନବୀନନିବାସକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭେଟିଥିଲେ। ଆଉ ଏହି କ୍ରମରେ ତାଙ୍କୁ ଭେଟିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି। ନବୀନଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଓଡ଼ିଶାର ରାଜ୍ୟପାଳ। ଏହି ସମୟରେ ସେ ସାଙ୍ଗରେ ନେଇଥିବା ଫଳ ବି ଭେଟି ଦେଇଛନ୍ତି ନବୀନଙ୍କୁ। ପ୍ରାୟ ୨୦ ମିନିଟ୍ ଧରି ନବୀନଙ୍କ ସହିତ ଆଲୋଚନା କରି  ରାଜ୍ଯପାଳ.
ନବୀନ ନିବାସରୁ ବାହାରିଥିଲେ।
ସୂଚନାଯୋଗ୍ୟ, ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗତ ୧୭ ତାରିଖ ଦିନ ଡିହାଇଡ୍ରେସନ୍‌ ଯୋଗୁ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶୁ ଆରୋଗ୍ୟ କାମନା କରିଥିଲେ।

Leave a Reply

Your email address will not be published. Required fields are marked *