7 Mar 2026, Sat

୪ ବ୍ୟାଙ୍କ ଅଂଶଧନ ବିକ୍ରି ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଚାରିଟି ସରକାରୀ ବ୍ୟାଙ୍କର ଅଂଶଧନ ବିକ୍ରି କରିବା ପ୍ରକ୍ରିୟାକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। ଏହାର ପରିଚାଳନା କରିବା ଲାଗି ବିଶ୍ବସ୍ତରୀୟ ଆର୍ଥିକ ସଂସ୍ଥା ଗୋଲ୍ଡମ୍ୟାନ୍ ସଚ୍‌ସକୁ ଦାୟିତ୍ବ ଦିଆଯାଇଛି। ସରକାର ୟୁକୋ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ଅଂଶଧନ ବିକ୍ରି କରିବାକୁ ଯୋଜନା ରଖିଛନ୍ତି।

ପୁଞ୍ଜି ପ୍ରତ୍ୟାହାର ଦାୟିତ୍ବରେ ଥିବା ଦିପମ୍‌ ବିଭାଗ ପକ୍ଷରୁ ଆର୍ଥିକ ସେବା ବିଭାଗ ସହଯୋଗରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଂଶଧନ ବିକ୍ରି ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ସେବିର ସର୍ବନିମ୍ନ ସାର୍ବଜନୀନ ଅଂଶଧନ ନିୟମକୁ ସରକାରୀ ସଂସ୍ଥାଗୁଡ଼ିକ ଲାଗି ୨୦୨୬ ଅଗଷ୍ଟରୁ ଲାଗୁ କରାଯିବ। ତେଣୁ ସରକାରଙ୍କୁ ସେହି ସମୟ ଭିତରେ ଏହି ବ୍ୟାଙ୍କଗୁଡ଼ିକର ଅଂଶଧନକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *