20 Jan 2026, Tue

ଅଭିନେତା ବିଜୟଙ୍କ ବିରୋଧରେ ମାମଲା

ଚେନ୍ନଇ : ଅଭିନେତାରୁ ରାଜନେତା ହୋଇଥିବା ଥଲାପତି ବିଜୟଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ବିଜୟଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ବାଉନସର ଶରଥକୁମାର ନାମକ ଜଣେ ବ୍ୟକ୍ତିଙ୍କୁ ମାଡ ମାରିଥିବା ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରିଛି। ଶରଥକୁମାରଙ୍କ ଅଭିଯୋଗ ଅନୁଯାୟୀ ଏକ କାର୍ଯ୍ୟକ୍ରମରେ ବିଜୟଙ୍କ ବାଉନସର ତାଙ୍କୁ ମାଡ ମାରିଥିଲେ। ଅଭିଯୋଗକୁ ନେଇ ବିଜୟ ଓ ତାଙ୍କ ସୁରକ୍ଷାକର୍ମୀଙ୍କ ବିରୋଧରେ ବିଏନଏସ୍‌ର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ବିଜୟଙ୍କ ଦ୍ବାରା ପ୍ରତିଷ୍ଠିତ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଝାଗମ୍ (ଟିଭିକେ) ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛି। ନିକଟରେ ବିଜୟ ତାଙ୍କ ଦଳର ଏକ ସଭା କରିଥିବାବେଳେ ଏଠାରେ ବିପୁଳ ଜନସମାଗମ ଶାସକ ଡିଏମ୍‌କେ ଓ ବିରୋଧୀ ବିଜେପିକୁ ଚକିତ କରିଦେଇଥିଲା। ଅନ୍ୟପଟେ ବିଜୟ ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ।

Leave a Reply

Your email address will not be published. Required fields are marked *