12 Mar 2026, Thu

୨୫ ରେ ପୁଣି ଏକ ଲଘୁଚାପ

ଭୁବନେଶ୍ବର :  ଆସନ୍ତା ୨୫ ବା ୨୬ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏ‌କ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି। ଫଳରେ ଦେବୀଙ୍କ ପୂଜାର ପ୍ରାରମ୍ଭ ଷ‌ଷ୍ଠୀ ଓ ସପ୍ତମୀ ବର୍ଷାରେ ଭିଜିପାରେ ବୋଲି ଅନୁମାନ କରାଯାଉଛି। ତେବେ ଦଶହରା ବେଳକୁ ବର୍ଷା ଛାଡ଼ିଯାଇଥିବ  ବୋଲି କୁହାଯାଇଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୫ ବା ୨୬ ତାରିଖରେ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ତାହା ଘନୀଭୂତ ହୋଇ ଅବପାତ ହେବାର ସମ୍ଭାବନା ରହିଛି। ଏହା ଫଳରେ ରାଜ୍ୟରେ ୨୬ ତାରିଖରୁ ପାଗରେ ପରିବର୍ତ୍ତନ ହେବ। ୨୭ ଓ ୨୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ।

ସାଧାରଣ ଭାବେ ଏହା ମଧ୍ୟମ ଧରଣର ବର୍ଷା କରାଇବ। ସମ୍ଭବତଃ ଏହା ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା କରାଇବ। ୨୯ ତାରିଖରେ ଅବପାତଟି ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଓ ପରେ ନାଗପୁର ଆଡ଼କୁ ଯିବ। ୨୯ ତାରିଖରେ ମଧ୍ୟ ବର୍ଷା ହୋଇପାରେ। ୩୦ ତାରିଖ ପରେ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଉଛି। ୨୮ ତାରିଖରେ ଦଶହରାର ଷଷ୍ଠୀ ପୂଜା ପଡ଼ୁଛି। ଏଣୁ ଷଷ୍ଠୀ ଓ ସପ୍ତମୀରେ ପୂଜା ସମୟରେ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି। ତେବେ ୨୧ ତାରିଖ ବେଳକୁ ଠିକ୍‌ ଭାବେ ଲଘୁଚାପ ନେଇ କହି ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *