8 Dec 2025, Mon

କୁଖ୍ୟାତ ଅପରାଧୀ ଦୀପକ ମଣ୍ଡଳକୁ ପୁଲିସ ର ଏନ୍‌କାଉଣ୍ଟର

ସମ୍ବଲପୁର : କୁଖ୍ୟାତ ଅପରାଧୀକୁ ସମ୍ବଲପୁର ପୁଲିସ ଏନ୍‌କାଉଣ୍ଟର କରିଛି। କୁଖ୍ୟାତ ଅପରାଧୀ ଦୀପକ ମଣ୍ଡଳକୁ ଆଜି ସନ୍ଧ୍ୟାରେ ପୁଲିସ ଏନ୍‌କାଉଣ୍ଟର କରିଛି। ପୁଲିସର ଗୁଳିଚୋଟରେ ଦୀପକ ଆହତ ହୋଇଛି। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କୁଖ୍ୟାତ ଅପରାଧୀ ଦୀପକ ଆଜି ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଧୀନ ରାମପେଲା ଜଙ୍ଗଲରେ ବିଚରଣ କରୁଥିଲା। ଏହି ସମୟରେ ପୁଲିସ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲା। ଏହି ସୂଚନା ଆଧାରରେ ଘଟଣାସ୍ଥଳରେ ପହଞ୍ଚି ଥିଲା।

ତେବେ ପୁଲିସକୁ ଦେଖି ଦୀପକ ଅତର୍କିତ ଗୁଳିମାଡ଼ କରିଥିଲା। କିନ୍ତୁ ‌ତାର ଲକ୍ଷ୍ୟ ସଠିକ ନଥିବାରୁ କୌଣସି ପୁଲିସ କର୍ମଚାରୀଙ୍କ ଦେହରେ ବାଜି ନଥିଲା। ଅପରପକ୍ଷେ ପୁଲିସର ଗୁଳିମାଡ଼ରେ ଦୀପକ ଘଟଣାସ୍ଥଳରେ ହିଁ ଆହତ ହୋଇଥିଲା।
ଏନ୍‌କାଉଣ୍ଟର ନେଇ ପୁଲିସ କହିଛି, ଦୀପକର ଡାହାଣ ଗୋଡ଼ରେ ୨ଟି ଗୁଳି ବାଜିଛି। ସେ ଆହତ ହେବା ପରେ ତାକୁ ଉଦ୍ଧାର କରାଯାଇ ବୁର୍ଲା ବଡ଼ମେଡିକାଲ ପଠାଯାଇଛି। ଘଟଣାସ୍ଥଳରୁ ୭.୬୫ଏମ୍‌ଏମ୍‌ ଦେଶୀ ପିସ୍ତଲ, ୨ଟି ଜୀବନ୍ତ ଗୁଳି, ଏକ ସ୍କୁଟି (ହୋଣ୍ଡା, ରଂଗ ଧଳା) ଜବତ ହୋଇଛି। ପୁଲିସ କହିଛି ଦୀପକ ନାମରେ ଅଇଁଠାପାଲି, କ୍ଷେତରାଜପୁର, ବୁର୍ଲା, ସଦର ଓ ଟାଉନ୍‌ ଥାନାରେ ମଧ୍ୟ ମାମଲା ରହିଛି।

Leave a Reply

Your email address will not be published. Required fields are marked *