14 Mar 2026, Sat

‘କଲ୍‌କି’ ସିକ୍ୱେଲ୍‌ରୁ ହଟିଲେ ଦୀପିକା

Aadyasha News Desk : ନାଗ୍‌ ଅଶ୍ୱିନୀଙ୍କ କଲ୍‌କି ୨୮୯୮ ଏଡିର ସିକ୍ୱେଲ୍‌ରୁ ବାହାରିଛନ୍ତି ଦୀପିକା ପାଦୁକୋନ । ଫିଲ୍ମର ପ୍ରଡକ୍ସନ୍‌ ହାଉସ୍‌ ବୈଜୟନ୍ତୀ ମୁଭିଜ୍‌ ଏକ୍ସ ପ୍ଲାଟ୍‌ଫର୍ମରେ ଏ ନେଇ ଔପଚାରିକ ସୂଚନା ଜାରି କରିଛି । ଫିଲ୍ମର ପ୍ରଥମ ଭାଗରେ ଦୀର୍ଘ ସମୟ ଧରି କାମ କରିବା ସତ୍ତେ୍ୱ ଦୀପିକାଙ୍କ ସହ ସହଭାଗିତା ବଜାୟ ରଖିବାରେ ଏହା ବିଫଳ ହୋଇଥିବା ଘୋଷଣା କରିଛି । କଲ୍‌କି ୨୮୯୨ ଏଡି’ ଭଳି ଫିଲ୍ମ ପ୍ରତିବଦ୍ଧତା ଓ ଅଧିକ ସପର୍ମଣ ଭାବ ଆବଶ୍ୟକ କରୁଥିବାରୁ ଦୀପିକାଙ୍କ ସହିତ ଭାଗିଦାରୀକୁ ଆଗକୁ ବଢ଼ାଇବା ପ୍ରଡକ୍ସନ୍‌ ହାଉସ୍‌ ପାଇଁ ସମ୍ଭବ ନୁହେଁ ବୋଲି ଏହା ଉଲ୍ଲେଖ କରିଛି ।

ଚଳିତ ବର୍ଷ ଶେଷ ବେଳକୁ ଫିଲ୍ମଟି ସୁଟିଂ ଫ୍ଲୋର୍‌କୁ ଓହ୍ଲାଇବ ବୋଲି ନିର୍ଦ୍ଦେଶକ ନାଗ୍‌ ଅଶ୍ୱିନୀ ନିକଟରେ ଏକ ସାକ୍ଷାତକାରରେ କହିଥିଲେ । ପୌରାଣିକ ସାଇନ୍ସ-ଫିକ୍ସନ୍‌ ଫିଲ୍ମ କଲ୍‌କି ୨୮୯୮ ଏଡିରେ ପ୍ରଭାସଅମିତାଭ ବଚ୍ଚନଦୀପିକା ପାଦୁକୋନ ଓ ଦିଶା ପଟାନି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ହିନ୍ଦୁ ମହାକାବ୍ୟ ମହାଭାରତ ଦ୍ୱାରା ପ୍ରେରିତ ଏହି ଫିଲ୍ମ ୨୮୯୮ ଏଡିର ଏକ ଭୟାବହ ଦୁନିଆ ଉପରେ ପର୍ଯ୍ୟବସିତ ।

Leave a Reply

Your email address will not be published. Required fields are marked *