8 Dec 2025, Mon

ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା

କଟକ : ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ଆସନ୍ତା ଅକ୍ଟୋବର ୧୨ରେ ହେବାକୁ ଥିବା ଓଡ଼ିଶା ସିଭିଲ୍‌ ସର୍ଭିସ (ଓସିଏସ୍‌)ର ପ୍ରିଲିମିନାରୀ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି । ରାଜ୍ୟର ୬ଟି ଜୋନ୍‌ ଯଥା ବାଲେଶ୍ୱର, ଭୁବନେଶ୍ୱର, କଟକ, କୋରାପୁଟ, ସମ୍ବଲପୁର ଏବଂ ବ୍ରହ୍ମପୁରର ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ହେବ ।

ପରୀକ୍ଷାର୍ଥୀମାନେ ୧୨ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଦେବେ । ପ୍ରଥମେ ପୂର୍ବାହ୍ଣ ୧୦ଟାରୁ ୧୨ ଯାଏ ଜେନେରାଲ୍‌ ଷ୍ଟଡିଜ୍‌-୧ ଏବଂ ଅପରାହ୍ଣ ୧.୩୦ ମିନିଟରୁ ୩.୩୦ ମିନିଟି ପର୍ଯ୍ୟନ୍ତ ଜେନେରାଲ୍‌ ଷ୍ଟଡିଜ୍‌- ୨ ବିଷୟରେ ପରୀକ୍ଷା ଦେବେ । ଏହାସହ ପରୀକ୍ଷାର୍ଥୀ ଆସନ୍ତା ଅକ୍ଟୋବର ୪ ତାରିଖରୁ ପରୀକ୍ଷା ପ୍ରବେଶପତ୍ର ତଥା ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ଓପିଏସ୍‌ସି ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *