12 Mar 2026, Thu

୯ ଗ୍ରାମ ବାଉନସୁଗର ସହ ୨୧କେଜି ଗଞ୍ଜେଇ ଜବତ, ୩ ଗିରଫ

ବୌଦ୍ଧ  ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲଙ୍କ ନେତୃତ୍ୱରେ ବୌଦ୍ଧ ଜିଲ୍ଲାରେ ପ୍ରହାର କାର୍ଯ୍ୟକ୍ରମ ଜରି ରହିଥିବାବେଳେ ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ଚଢଉ କରାଯାଇଛି । ଏହି ଚଢଉରେ ୯ଗ୍ରାମ ବ୍ରାଉନସୁଗର  ସହ ୨୧କେଜି ଗଞ୍ଜେଇ ଜବତ କରାଯାଇଥିବା ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏ ନେଇ  ବୌଦ୍ଧ ଥାନା ଅଧିକାରୀ ନଳୀନୀକାନ୍ତ ଦାସ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଥାନା ଅଧିକାରୀ ଶ୍ରୀ ଦାସଙ୍କ ସୂଚନା ମୁତାବକ ଗତ ଗୁରୁବାର ଅଭିଯୁକ୍ତମାନେ ବୌଦ୍ଧ ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ଜରି ବ୍ୟାଗରେ ଗଞ୍ଜେଇ ଧରି ଚାଲାଣ କରୁଥିବାବେଳେ ବୌଦ୍ଧ ପୁଲିସ ପକ୍ଷରୁ ଚଢଉ କରାଯାଇ ଅଭିଯୁକ୍ତମାନଙ୍କ ପାଖରୁ ୨୧କେଜି ଗଞ୍ଜେଇ ସହ ୯ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଗଞ୍ଜେଇ ଓ ବ୍ରାଉନସୁଗର ଚାଲାଣ ଅଭିଯୋଗରେ ପୁଲିସ  ବୌଦ୍ଧର ବନ୍ଦିତ ଭବସାଗର, ମୁକେଶ ପ୍ରଧାନ ଓରଫ ମୁନା ଓ ଗଗୁରା ବାହାଦୁର ଓରଫ ଗୋବରାକୁ  ଗିରଫ କରିଛି ।

ଏ ନେଇ  ବୌଦ୍ଧ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ  ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ।  ଏହା ସହ ଅପରେସନ ପ୍ରହାରରେ ବୌଦ୍ଧ ଥାନା ପକ୍ଷରୁ  ୬ଟି ଗଞ୍ଜେଇ ମାମାଲା କରାଯାଇଥିବାବେଳେ ୧ କୁଇଣ୍ଟାଲ ୩୨ କେଜି ଗଞ୍ଜାଇ ଜବତ କରାଯାଇଥିବାବେଳେ ୧୦ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *