25 May 2026, Mon

ଦୁଇ କାର୍ ସହ ୧ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ୬ ଗିରଫ

ବାଙ୍ଗିରିପୋଷି : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ପୋଲିସ ହାତରେ ଧରାପଡ଼ିଛି ଗଞ୍ଜେଇ ଭର୍ତ୍ତି ଗାଡି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ବାଙ୍ଗିରିପୋଷି ପୋଲିସ ମିଳିତ ହୋଇ ଜାତୀୟ ରାଜପଥ ୪୯ଦ୍ୱାରଶୁଣି ଘାଟିରେ ଛକି ରହିଥିଲେ।

 

ଦେବଗଡ଼ରୁ ଝାରଖଣ୍ଡ ଅଭିମୁଖେ ଗଞ୍ଜେଇ ବୋଝେଇ ଯାଉଥିବା ଦୁଇ କାରକୁ ଘାଟି ରାସ୍ତାରେ ଜବତ କରିଛି ବାଙ୍ଗିରିପୋଷି ପୋଲିସ। ଗୋଟିଏ ହୁଣ୍ଡାଇ କ୍ରେଟା ଏବଂ ଗୋଟିଏ ସୁଇଫ୍ଟ ଡିଜାୟାର କାରରେ ଆନୁମାନିକ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ତତ୍ ସହିତ ଦୁଇଟି ଗାଡ଼ିରେ ରହିଥିବା ୬ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି ରଖିଥିବା ବାଙ୍ଗିରିପୋଷି ଥାନାଧିକାରୀ ଡିଏସପି ବିରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *