ରେଢ଼ାଖୋଲ : ଗତକାଲି ଭୀମଭୋଇ ଛକ ଠାରେ ଘଟିଥିବା ଦୁର୍ଘଟଣା ରେ ଗୁରୁତର ଆହତ ସାଇକେଲ ଆରୋହୀ ଡ଼ିମିରିକୁଦା ଗ୍ରାମର ସୁବାଷ ଖିଲାରୀ (୬୦ ବର୍ଷ) ଙ୍କର ବୁର୍ଲା ଡାକ୍ତରଖାନା ରେ ପରଲୋକ ଘଟିଛି |
ଏଠାରେ ସୂଚନାଯୋଗ୍ୟ ଯେ , ଗତକାଲି କ୍ଷୀର ଦେଇ ଘରକୁ ଫେରୁଥିଲାବେଳେ ଡ଼ିମିରିକୁଦା ଗ୍ରାମର ସୁବାଷ ଖିଲାରୀ (୬୦ ବର୍ଷ) ଙ୍କୁ ଭୀମଭୋଇଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ଟ୍ରକ୍ ଧକ୍କା ଦେଇଥିଲା ଓ ତାଙ୍କୁ ଗୁରୁତର ଅବସ୍ଥା ରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା | ତେବେ ଅବସ୍ଥା ଗୁରୁତର ଥିବାରୁ ଓ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବାର କୁହାଯାଉଛି |


