8 Dec 2025, Mon

ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

ନୂଆଦିଲ୍ଲୀ : ବିହାରରେ ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନୀତିଶ କୁମାର। ଏହା ସହ ଏନଡିଏ ସରକାରରେ ନୀତିଶ  ସହ ୨୬  ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ତେବେ ଏଥର ରାଜ୍ୟରେ ବିଜେପିର ସ୍ଥିତି ମଜବୁତ ହୋଇଛି। ଏ ପର୍ଯ୍ୟନ୍ତ ବିହାରରେ ‘ଜୁନିଅର ପାର୍ଟନର’ ଭାବରେ ରହୁଥିବା ବିଜେପି ହାତକୁ କ୍ଷମତା ଆସିଛି। ଏଥର ସର୍ବାଧିକ ୧୪ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀ ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେଥିପାଇଁ କୁହାଯାଉଛି ଯେ, ନୂଆ ସରକାରରେ ବିଜେପିର କ୍ଷମତା ଦୁଇ ଗୁଣା ବଢିଛି। ପ୍ରଥମତ ହେଲା ବିଧାନସଭା ସ୍ପିକର ପଦ ମଧ୍ୟ ବିଜେପି ଖାତାରେ ଯିବାର ଖବର ରହିଛି। ଏହାଛଡା ଦୁଇ ଉପ-ମୁଖ୍ୟମନ୍ତ୍ରୀ ପଦ ବିଜେପି ପାଇଁ ଲାଭଦାୟକ ହେବ।

ପୂର୍ବରୁ ନୀତୀଶ ଦୁଇ ଉପ-ମୁଖ୍ୟମନ୍ତ୍ରୀ କରିବା ପକ୍ଷରେ ନଥିଲେ। କିନ୍ତୁ ବିଜେପି ସଫଳତାର ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କୁ ସରକାରରେ ସାମିଲ କରିପାରିଛି। ଯିଏ ସିଧା ସଳଖ ବିଜେପିର ଶୀର୍ଷ ନେତୃତ୍ବଙ୍କୁ ରିପୋର୍ଟ ଦେବେ। ଫଳରେ ସରକାରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଓ ପ୍ରଶାସନିକ କାର୍ଯ୍ୟରେ ବିଜେପିର ସ୍ଥିତି ଖୁବ୍ ସୁଦୃଢ ରହିବ। ଯଦିଓ ବିହାରରେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି, କିନ୍ତୁ ଏଥର ସରକାରରେ ଶକ୍ତିର ସନ୍ତୁଳନ ସ୍ପଷ୍ଟ ଭାବରେ ବିଜେପି ଆଡକୁ ରହିଛି। ସରକାରରେ ଦଳର ଅଧିକାଂଶ ମନ୍ତ୍ରୀ, ଦୁଇ ଉପ-ମୁଖ୍ୟମନ୍ତ୍ରୀ ଓ ବିଧାନସଭା ବାଚସ୍ପତି ପଦ ଆଗକୁ ବିଜେପିକୁ ଅଖଣ୍ଡ କ୍ଷମତା ପ୍ରଦାନ କରିବ। ସବୁବେଳେ ଛୋଟ ପାର୍ଟନର ଭାବରେ ଭୂମିକା ନିର୍ବାହ କରୁଥିବା ବିଜେପି ‘ବଡ଼ ଭାଇ’ ବା ବଡ଼ ପାଭାବରେ ଉଭା ହୋଇଛି। ଭବିଷ୍ୟତର ରାଜନୀତିରେ ଏହାର ପ୍ରଭାବ ଖୁବ୍ ସ୍ପଷ୍ଟ ଦେଖିବାକୁ ମିଳିବ।

ନୂଆ ସରକାରରେ ଜେଡିୟୁରୁ ୮, LJPRରୁ ୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଜିତନ ରାମ ମାନ୍‌ଝି ପାର୍ଟ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ପକ୍ଷରୁ ଜଣେ ଓ ଉପେନ୍ଦ୍ର କୁଶୱାହଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାରୁ ଜଣେ ମନ୍ତ୍ରୀ ଶପଥ ନେଇଛନ୍ତି।  ବିହାର ଶପଥ ଗ୍ରହଣ ଉତ୍ସବରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ତାହା ହେଲା ଏକା ସାଙ୍ଗରେ ୫ ଜଣ ଲେଖାଏଁ ମନ୍ତ୍ରୀ ଶପଥ ନେଇଛନ୍ତି। ଶେଷରେ ଶ୍ରେୟସୀ ସିଂଙ୍କ ସମେତ ୬ ଜଣ ନେତା ଏକା ସାଙ୍ଗରେ ଶପଥ ନେଇଛନ୍ତି। ରାଜ୍ୟପାଳ ଆରିଫ ମହମ୍ମଦ ଖାନ ବିଜୟ ଚୌଧୁରୀ, ବିଜେନ୍ଦ୍ର ଯାଦବ, ଶ୍ରବଣ କୁମାର, ମଙ୍ଗଳ ପାଣ୍ଡେ ଏବଂ ଦିଲ୍ଲୀପ ଜୟସୱାଲଙ୍କୁ ଏକା ସାଙ୍ଗରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

Leave a Reply

Your email address will not be published. Required fields are marked *