7 Mar 2026, Sat

ହାତରେ ଦୌଡ଼ି ଓ ପଥର ବନ୍ଧା ଯୁବକଙ୍କ ମୃତଦେହ କୂଅରୁ ଉଦ୍ଧାର

କଣ୍ଟାବାଞ୍ଜି:  ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ବୁରୋମାଳ ଗାଁର ଏକ ଚାଷ ଜମିରେ ଥିବା କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ସୁରେନ୍ଦ୍ର ଭାଟି ବୋଲି ଜଣାପଡ଼ିଛି। ପାରିପାଶ୍ଵିକ ସ୍ଥିତିରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସୂଚନାନୁଯାୟୀ, କଣ୍ଟାବାଞ୍ଜି ଥାନା ବୁରୋମାଳ ଗାଁର ସୁରେନ୍ଦ୍ର ଭାଟି ସକାଳେ ଗାଁରେ ଗାଇ ଚରାଉଥିବା ସମସ୍ତେ ଦେଖିଥିଲେ। କିଛି ଘଣ୍ଟା ପରେ ତାଙ୍କର ପତ୍ତା ନମିଳିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଶେଷରେ କଣ୍ଟାବାଞ୍ଜି ଥାନାରେ ନିଖୋଜ ଏତଲା ଦେଇଥିଲେ। ପୁଲିସ ଏକ ନିଖୋଜ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଖୋଜାଖୋଜି ବେଳେ ପରିବାର ଲୋକ ଗାଁର ଜଣକ ଚାଷ ଜମିରେ ଥିବା କୂଅରେ ସୁରେନ୍ଦ୍ରଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୁରେନ୍ଦ୍ରଙ୍କ ଶବ ଉଦ୍ଧାର କରିଛି। ଯୁବକଙ୍କ ହାତ ଦୌଡ଼ିରେ ବନ୍ଧା ହୋଇଥିବା ସହ ଏକ ପଥର ଝୁଲୁଥିବାରୁ ତାଙ୍କୁ କେହି ହତ୍ୟା କରି କୂଅକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *