7 Mar 2026, Sat

ସାମ୍ବାଦିକ ରମାକାନ୍ତ ମହାନନ୍ଦ ଦୃଘଟଣାଜନିତ ମୃତ୍ୟୁ ନୂଆ ମୋଡ଼ : ନାକ୍ଟିଦେଉଳ ଥାନା ରେ ତାଙ୍କ ଭାଇ ଙ୍କୁ ହତ୍ୟା କରାଯାଇଛି ବୋଲି ଏତଲା ଦାଏର କଲେ ବଡଭାଇ

ରେଢ଼ାଖୋଲ : ରେଢ଼ାଖୋଲ ଓ ଟିଭି ସାମ୍ବାଦିକ ରମାକାନ୍ତ ମହାନନ୍ଦ ଦୃଘଟଣାଜନିତ ମୃତ୍ୟୁ ନୂଆ ମୋଡ଼ ନେଇଛି। ଆଜି ରମାକାନ୍ତ ଙ୍କ ବଡଭାଇ ଉମାକାନ୍ତ ନାକ୍ଟିଦେଉଳ ଥାନା ରେ ତାଙ୍କ ଭାଇ ଙ୍କୁ ହତ୍ୟା କରାଯାଇଛି ବୋଲି ଏତଲା ଦାଏର କରିଛନ୍ତି । ଉକ୍ତ ଏତଲା ରେ ଦର୍ଶାଯାଇଛି ଯେ ରମାକାନ୍ତ ଗଂଜେଇ ଚାଷ ସମ୍ପର୍କରେ ବାରମ୍ବାର ଖବର ପ୍ରସାରଣ କରୁଥିବାରୁ କିଛି ଗଂଜେଇ ମାଫିଆ ତାଙ୍କୁ ନିଶାନ କରିଥାଇପାରନ୍ତି । ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ୍ୟ କଲେ ଏହା ଏକ ଦୁର୍ଘଟଣା ଜନିତ ଘଟଣା ନୁହେଁ ବୋଲି ସର୍ବସାଧାରଣ ରେ ଆଲୋଚନା ହେଉଛି ।


ତେବେ ଏ ସମ୍ପର୍କ ରେ ଆମେ ନାକ୍ଟିଦେଉଳ ଥାନା ଅଧିକାରୀ ଅମୁନସେନ କିରୋ ଙ୍କ ସହ  ଯୋଗାଯୋଗ କରିଥିଲୁ , ସେ ଏ ସମ୍ପର୍କ କହିଥିଲେ ଯେ ଆମେ ସମସ୍ତ ପାରିପାର୍ଶିକ ସ୍ଥିତି ସହ ଫୋରେନେସିକ ଟିମ ସହଯୋଗ ରେ ଅନୁସନ୍ଧାନ କରୁଛୁ । ଶୀଘ୍ର ସତ୍ୟ ପଦାକୁ ଆସିବା ।

Leave a Reply

Your email address will not be published. Required fields are marked *