26 Jul 2026, Sun

୬୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ମାଆ ଓ ପୁଅ ଗିରଫ

କାମାକ୍ଷାନଗର :  କାମାକ୍ଷାନଗର ଅବକାରୀ ବଭାଗର ବଡ଼ ସଫଳତା l ୬୮୦ ଗ୍ରାମର ବ୍ରାଉନସୁଗାର ଜବତ, ଯାହାର ଆନୁ୍ମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ। ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ସହରର ମୁଣ୍ଡିଦେଉଳି ସାହିରେ ବ୍ରାଉନସୁଗାର କାରବାର ନେଇ ଚଢ଼ାଉ କରିଥିଲା ଅବକାରୀ ବିଭାଗର ଦୁଇଟି ଟିମ୍ l ଗିରଫ ଦୁଇ ଜଣ ମା ଓ ପୁଅ ହୋଇଥିବା ବେଳେ ଚଢ଼ାଉ ବେଳେ ଅନ୍ୟ ଜଣେ ପୁଅ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା କହିଛି ଅବକାରୀ ବିଭାଗ।

ଅବକାରୀ ବିଭାଗକୁ ଚକମା ଦେଇ ବହୁ ଦିନ ହେଲା ମାଆ ପୁଅ ଏଠାରେ ବ୍ୟବସାୟ କରିଆସୁଥିଲେ। କାମାକ୍ଷାନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବ୍ୟବସାୟ ବଢି ଚାଲିଥିବା ବେଳେ ବିଶେଷ କରି ଯୁବପିଢିମାନେ ଏଥିରେ ନିୟୋଜିତ ରହୁଥିଲେ। ଫେରାର ଥିବା ଅଭିଯୁକ୍ତକୁ ଗିରଫ ପାଇଁ ଅବକାରୀ ବିଭାଗ କହିଥିବା ବେଳେ ଆହୁରି ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *